ଓଡିଶା

odisha

By

Published : May 26, 2021, 1:38 PM IST

ETV Bharat / sitara

‘ଇଣ୍ଡିଆନ ଆଇଡଲ 12’ ମେକର୍ସଙ୍କ ବଡ ନିଷ୍ପତ୍ତି, ପୁରା ଟିମକୁ ଦେଲେ ଛୁଟି

ଗୀତ ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ 12’ର ପୁରା ଟିମ ଏ ମାସ ପର୍ଯ୍ୟନ୍ତ ଛୁଟିରେ । ମୁମ୍ବାଇରେ ଲକଡାଉନ ପ୍ରକ୍ରିୟା ଦେଖି ଏପରି ନିଷ୍ପତ୍ତି ନେଲେ ମେକର୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ଟିଭି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ଟିଭି

ମୁମ୍ବାଇ: କୋରୋନା ସଙ୍କଟ ହେତୁ ମହାରାଷ୍ଟ୍ରରେ ଲକଡାଉନ ପ୍ରକ୍ରିୟା ଚାଲିଛି । ଏହି କାରଣରୁ ଟିଭି ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ସୁଟିଂ ମଧ୍ୟ ବନ୍ଦ ହୋଇଯାଇଛି। ଅନେକ ମେକର୍ସ ନିଜ ନିଜ ଶୋର ପ୍ରସାରଣ ସ୍ଥଗିତ ରଖିଛନ୍ତି । ସେପଟେ କିଛି ମେକର୍ସ ନିଜର ଶୋ ଲୋକେସନ ପରିବର୍ତ୍ତନ କରି ସୁଟିଂ କରୁଛନ୍ତି । ଇତିମଧ୍ୟରେ ଫେମସ ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ 12’ ମେକର୍ସ ମଧ୍ୟ ଏହି କ୍ରମରେ ସାମିଲ ହୋଇଛନ୍ତି । ନିଜର ପୁରା ଟିମକୁ ଦେଇଛନ୍ତି ଏକ ମାସର ଛୁଟି ।

କଥାଟି ହେଲା ଯେ ଲକଡାଉନ ହେତୁ ‘ଇଣ୍ଡିଆନ ଆଇଡଲ 12’ର ମେକର୍ସ ପୁରା ଟିମ ସହିତ ଡାମନରେ ଶୋର ସୁଟିଂ ଆରମ୍ଭ କରିଥିଲେ । ଏଥିପାଇଁ ପୁରା ଟିମକୁ ମୁମ୍ବାଇରୁ ଡାମନକୁ ସ୍ଥାନାନ୍ତର କରାଯାଇଥିଲା। ଏଭଳି ପରିସ୍ଥିତିରେ ଡାମନରେ ‘ଇଣ୍ଡିଆନ ଆଇଡଲ 12’ର ନିର୍ମାତା ଏକ ମାସର ବ୍ୟାକଅପ୍ ଭାବରେ ଏପିସୋଡର ସୁଟିଂ ଶେଷ କରିଛନ୍ତି ।

ସେପଟେ ବର୍ତ୍ତମାନ ଟିମକୁ ଏକ ମାସର ଛୁଟି ଦିଆଯାଇଛି । ଯେବେ ମୁମ୍ବାଇର ସୁଟିଂ ଆରମ୍ଭ ହେବ କାମକୁ ଫେରିବେ ସବୁ ସଦସ୍ୟ । ଏପରି ନିଷ୍ପତ୍ତି ନେଇ ରାତାରାତି ସମସ୍ତଙ୍କୁ ଛୁଟି ଦେଇଥିଲେ ମେକର୍ସ ।

ABOUT THE AUTHOR

...view details