ଓଡିଶା

odisha

ଅଜବ ପୋଷ୍ଟ ପାଇଁ ଟ୍ରୋଲ ହେଲେ ଜାସ୍ମିନ

By

Published : Mar 8, 2021, 1:53 PM IST

ପ୍ରାୟତଃ ସେଲିବ୍ରିଟିଙ୍କ ଟ୍ରୋଲ ହେବା ଖବର ଶୁଣିବାକୁ ମିଳିଥାଏ । ଏଥର ଟ୍ରୋଲର୍ସଙ୍କ ଟାର୍ଗେଟରେ ଟିଭି ଅଭିନେତ୍ରୀ ଜାସ୍ମିନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାସ୍ମିନ ଭାସିନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାସ୍ମିନ ଭାସିନ

ମୁମ୍ବାଇ: ନିକଟରେ ‘ବିଗବସ 14’ ଫେମ ଜାସ୍ମିନ ଭସିନଙ୍କ ନୂଆ ଗିତ ରିଲିଜ ହୋଇଥିଲା । ହେଲେ ଗୀତଠୁ ଅଧିକ ସେ ନିଜର ଏକ ଅଜବ ପ୍ରଶ୍ନ ପାଇଁ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରୁଛନ୍ତି ୟୁଜର୍ସ । ବର୍ତ୍ତମାନ ଭାଇରାଲ ହେଉଛନ୍ତି ତାଙ୍କ ଏହି ବିବାଦୀୟ ପୋଷ୍ଟ । ଯାହାକୁ ଆଧାର କରି ରାଗ ପ୍ରକାଶ କରୁଛନ୍ତି ଟ୍ରୋଲର୍ସ ।

କଥାଟି ହେଲା ଯେ ଜାସ୍ମିନ ଏକ ପୋଷ୍ଟରେ ଲେଖିଥିଲେ, ‘କିଛି ଲୋକ ପ୍ରକୃତରେ କେତେ ଚତୁର ଅଟନ୍ତି ଯାହା ଅନ୍ୟମାନଙ୍କ ମସ୍ତିଷ୍କରେ ଭୁଲ ଜିନିଷ ସହଜରେ ଭର୍ତ୍ତି କରିପାରନ୍ତି । ସେମାନେ ମିଛ କୁହନ୍ତି, ପ୍ରତାରଣା କରନ୍ତି, ଆପଣଙ୍କ ସହିତ ଅସଦାଚରଣ କରନ୍ତି ଏବଂ କୌଣସି ପ୍ରକାରେ ଏହା ଦେଖାନ୍ତି ଯେ ଏହା ଆପଣଙ୍କର ଦୋଷ । ସ୍ମାର୍ଟ ଲୋକ । ତୁମକୁ ଛାଡିବାର ଅର୍ଥ ନୁହେଁ ଯେ ତୁମେ ଯତ୍ନ ନେବାକୁ ଭୁଲିଯାଅ । ଆମେ ପରସ୍ପରଠାରୁ ଦୂରେଇ ନହେବା ପର୍ଯ୍ୟନ୍ତ ଜିନିଷଗୁଡ଼ିକୁ କ୍ଷମା କରୁନାହୁଁ | ପରିସ୍ଥିତି ଶେଷ ନହେବା ପର୍ଯ୍ୟନ୍ତ ଆମେ ଆଗକୁ ଯାଇ ପାରିବୁ ନାହିଁ | ଆଗକୁ ଯିବା ପାଇଁ ଆମେ ଏହା କରିବା ଆବଶ୍ୟକ ଅଛି । ସାଥୀଗଣ, ଆସନ୍ତୁ ସେହି ଜିନିଷଗୁଡ଼ିକୁ ଛାଡିଦେବା ଯାହା ଆମକୁ ତଳକୁ ଖସାଇ ଦେଉଛି ।’

ଏହି ପୋଷ୍ଟରେ ଜାସ୍ମିନ କାହାରି ନାଁ ନେଇନାହାଁନ୍ତି । ହେଲେ ସୋସିଆଲ ମିଡିଆରେ ୟୁଜର୍ସ ବୁଝିସାରିଛନ୍ତି ଯେ ଜାସ୍ମିନ ‘ବିଗବସ 14’ ବିଜେତା ରୁବିନା ଦିଲୈକଙ୍କୁ ଟାର୍ଗେଟ କରି ଏମିତି କଥା କହିଛନ୍ତି । ଯାହା ପରେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ସମସ୍ତେ ।

ABOUT THE AUTHOR

...view details