ମୁମ୍ବାଇ: ଟିଭିର ଫେମସ ଅଭିନେତ୍ରୀ ଦୀପିକା କକ୍କର ଓ ସୋଏବ ଇବ୍ରାହିମ ଅନ ସ୍କ୍ରିନ ପପୁଲାର ଯୋଡି ହେବା ବ୍ୟତୀତ ଅଫ ସ୍କ୍ରିନ ମଧ୍ୟ ଫ୍ୟାନ୍ସଙ୍କ ପସନ୍ଦୀୟ କପଲଙ୍କ ମଧ୍ୟରୁ ଅନ୍ୟତମ । ଲକଡାଉନ ହେତୁ ଦୁହେଁ ୟୁଟ୍ୟୁବ ଜରିଆରେ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରୁଥିବାର ନଜର ଆସୁଛନ୍ତି । ହେଲେ ଇତିମଧ୍ୟରେ ସୋଏବଙ୍କୁ କିଛି ଟ୍ରୋଲର୍ସଙ୍କ ଶିକାର ହେବାକୁ ପଡିଛି । ଯାହା ଉପରେ ପ୍ରତିକ୍ରିୟା ରଖି କଡା ଜବାବ ଦେଇଛନ୍ତି ପତ୍ନୀ ଦୀପିକା ।
କଥାଟି ହେଲା ନିକଟରେ ‘ସସୁରାଲ ସିମର କା’ ଧାରାବାହିକରେ ପୁଣିଥରେ ସାମିଲ ହୋଇଥିଲେ ଦୀପିକା । ଯାହାପାଇଁ ସୁଟିଂ କରିବାକୁ ତାଙ୍କୁ ବାହାରକୁ ଯିବାକୁ ପଡିଥିଲା । ଏହି କଥା ଫ୍ୟାନ୍ସଙ୍କୁ ଆଦୌ ପସନ୍ଦ ଆସିନଥିଲା ଯେ ଲକଡାଉନ ସମୟରେ ସୋଏବ ଘରେ ଅଛନ୍ତି ଆଉ ଦୀପିକା କାମ କରିବାକୁ ବାହାରକୁ ଯାଉଛନ୍ତି ।