ମୁମ୍ବାଇ:ଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ଶ୍ବେତା ତିୱାରୀ ଅସୁସ୍ଥ ହୋଇପଡ଼ିଛନ୍ତି । ନିମ୍ନ ରକ୍ତଚାପ ଯୋଗୁଁ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିବାବେଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡ଼ିଛି ।
ଶ୍ବେତା ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଦୁର୍ବଳତା ଓ ନିମ୍ନ ରକ୍ତଚାପ ଯୋଗୁଁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସେ ସଠିକ ଭାବେ ଆରାମ କରିପାରିନଥିଲେ ଓ ଏହାସହିତ ପାଣିପାଗ ପରିବର୍ତ୍ତନ ଯୋଗୁଁ ସେ ଦୁର୍ବଳ ହୋଇପଡ଼ିଥିବା କୁହାଯାଇଛି । ସେ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି ଶ୍ବେତାଙ୍କ ଟିମ ପକ୍ଷରୁ ସୂଚନା ମିଳିଛି ।