ଓଡିଶା

odisha

ଦୁଷ୍କର୍ମ ମାମଲାରେ ଗିରଫ ହେଲେ ‘ନାଗିନ’ ଫେମ ପର୍ଲ

By

Published : Jun 5, 2021, 12:04 PM IST

ଗିରଫ ହେଲେ ଟିଭ ଅଭିନେତା ପର୍ଲ । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଅଧିକ ପଢୁନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପର୍ଲ ଭି ପୁରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପର୍ଲ ଭି ପୁରୀ

ମୁମ୍ବାଇ: ସାମ୍ନାକୁ ଆସିଲା ବଡ ଖବର । ‘ନାଗିନ’ ଫେମ ପର୍ଲ ଭି ପୁରୀଙ୍କୁ ଦୁଷ୍କର୍ମ ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଛି । ଶୁକ୍ରବାର ସନ୍ଧ୍ୟାରେ ଅଭିନେତାଙ୍କୁ ଗିରଫ କରାଯାଇଥିଲା । ପୀଡିତା ବୟାନକୁ ଆଧାର କରି ଏହି ଆକ୍ସନ ନେଇଛି ପୋଲିସ ।

ସେହିପରି ବୟାନରେ ପୀଡିତା କହିଛନ୍ତି ଯେ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ଅଭିନେତା । ତାଙ୍କ ବିରୋଧରେ POCSO ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପର୍ଲ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି । ତେବେ ଏହା ବ୍ୟତୀତ ଏପର୍ଯ୍ୟନ୍ତ କୌଣସି ସୂଚନା ପ୍ରକାଶ କରାଯାଇନାହିଁ।

ପ୍ରକାଶ ଥାଉକି ଗତ ବର୍ଷ ଅକ୍ଟୋବରରେ ପର୍ଲ ପିତାଙ୍କୁ ହରାଇଥିଲେ । ସେ 2013ରେ ଆସିଥିବା ଟିଭି ସିରିଏଲ ‘ଦିଲ କି ନଜର ସେ ଖୁବସୁରତ’ରେ ଡେବ୍ୟୁ କରିଥିଲେ । ଏହାପରେ ତାଙ୍କୁ ‘ଫିର ଭା ନା ମାନେ ବଦତମିଜ ଦିଲ’ ସହିତ ମୁଖ୍ୟ ଅଭିନେତା ଭାବରେ ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details