ଓଡିଶା

odisha

ETV Bharat / sitara

ନିଶା-କରନଙ୍କ ଝଗଡା ମଧ୍ୟରେ ଭାଇରାଲ ହେଲା ବେଡ୍‌ରୁମ ଭିଡିଓ - ଅଭିନେତା କରନ ମେହେରାଙ୍କ ନ୍ୟୁଜ

ବର୍ତ୍ତମାନ ଚର୍ଚ୍ଚାରେ କରନ ଓ ନିଶାଙ୍କ ପୁରୁଣା ବେଡ୍‌ରୁମ ଭିଡିଓ । ଯେଉଁଥିରେ କରନଙ୍କ ସହ ରୋମାଣ୍ଟିକ ନଜର ଆସୁଥିଲେ ନିଶା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିଶା ରାୱଲ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିଶା ରାୱଲ

By

Published : Jun 11, 2021, 10:12 AM IST

ମୁମ୍ବାଇ: କିଛି ଦିନରୁ ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହେ’ ଫେମ୍ ଅଭିନେତା କରନ ମେହେରା ଏବଂ ତାଙ୍କ ପତ୍ନୀ ନିଶା ରାୱଲଙ୍କ ମଧ୍ୟରେ ଝଗଡା ଦିନକୁ ଦିନ ବଢିବାରେ ଲାଗିଛି। ଏପରିକି ଉଭୟ ପରସ୍ପରକୁ ଖୋଲାଖୋଲି ଭାବେ ଦାୟୀ କରୁଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୁଇଜଣଙ୍କ ବେଡରୁମ ଭିଡିଓ । ଯାହାକୁ ନେଇ ପୁଣି ଚର୍ଚ୍ଚା ।

ଏପ୍ରିଲ 21ରେ ଯେଉଁ ଭିଡିଓ ଇନଷ୍ଟାଗ୍ରାମରେ ନିଶା ସେୟାର କରିଥିଲେ ବର୍ତ୍ତମାନ ସେହି ସମାନ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସେହିପରି ଏହାର କ୍ୟାପସନରେ ନିଶ ଲେଖିଥିଲେ, ‘ପ୍ରଥମ ଲକଡାଉନର ଏକ ପୁରୁଣା ଭିଡିଓ ପାଇଲି । ଯାହା ମୁଁ ପୂର୍ବରୁ କେବେ ମଧ୍ୟ ଆପଣଙ୍କ ସହ ସେୟାର କରିନଥିଲି । କିଛି ଏଡିଟ୍ କରି ଆପଣଙ୍କ ପାଇଁ ସେୟାର କରିଛି ।’

ପ୍ରକାଶ ଥାଉକି ନିକଟରେ ନିଶା ସ୍ବାମୀ କରନଙ୍କ ଉପରେ ଅଭିଯୋଗ ଆଣି କହିଥିଲେ ସେ ଦିଲ୍ଲୀର ଜଣେ ଝିଅ ସହିତ ରିଲେସନଶିପରେ ଅଛନ୍ତି । ଯେତେବେଳେ ସେ ଚଣ୍ଡିଗଡ଼ ଯାଆନ୍ତି ସେତେବେଳେ ସେ ସେହି ଝିଅକୁ ଭେଟନ୍ତି । ନିଶା ଏହା ମଧ୍ୟ ଦାବି କରିଛନ୍ତି ଯେ ସେ ଉଭୟଙ୍କ ମେସେଜ ପଢିଛନ୍ତି ଏବଂ ଏପରିକି ଦୁହିଁଙ୍କୁ ଏକାଠି ଦେଖିଥିଲେ। ଏହାସହିତ ନିଶା କହିଛନ୍ତି ଯେ କରନ ତାଙ୍କୁ ସବୁବେଳେ ମାଡ଼ ମଧ୍ୟ ମାରୁଥିଲେ । ଘରୋଇ ହିଂସା ମାମଲାରେ ଗିରଫ ହୋଇ ଜାମିନ ପାଇଛନ୍ତି କରନ୍ ।

ABOUT THE AUTHOR

...view details