ମୁମ୍ବାଇ: ସାମ୍ନାକୁ ଆସିଲା ବଡ ଖବର । ଯାହାକୁ ନେଇ ସମସ୍ତ ଆଶ୍ଚର୍ଯ୍ୟ । ବିଗବସ 13 ଫେମ ସେହନାଜ ଗିଲଙ୍କୁ ବର୍ତ୍ତମାନ ଲୋକପ୍ରିୟ ଅଭିନେତା ଗୌତମ ଗୁଲାଟି ଇନଷ୍ଟାଗ୍ରାମରେ ଅନଫଲୋ କରିଦେଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା। କାରଣ ବିଗବସ ଏବଂ ସେହନାଜଙ୍କ ଫ୍ୟାନ୍ସ ଭଲଭାବେ ଜାଣନ୍ତି ଯେ ଅଭିନେତ୍ରୀ ଗୌତମଙ୍କୁ ବହୁତ ପସନ୍ଦ କରନ୍ତି । ସିଜନ 13ରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ଆଉ ଏବେ ତାଙ୍କୁ ଗୌତମ ଅନଫଲୋ କରିବାକୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ଯେ ଗୌତମ ଏପରି କାହିଁକି କଲେ ।
ସିଦ୍ଧାର୍ଥଙ୍କ ପାଇଁ ସେହନାଜଙ୍କୁ ଅନଫଲୋ କଲେ ଗୌତମ, ଜାଣନ୍ତୁ କାହିଁକି... - ଲୋକପ୍ରିୟ ଅଭିନେତା ଗୌତମ ଗୁଲାଟିଙ୍କ ନ୍ୟୁଜ
ସୋସିଆଲ ମିଡିଆରୁ ସେହନାଜଙ୍କୁ ଅନଫଲୋ କଲେ ଗୌତମ । କିଛି ଦିନରୁ ଦୁଇଜଣଙ୍କ ସମ୍ପର୍କକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ । ଅଧିକ ପଢନ୍ତୁ...

ସେପଟେ ଏହା ଉପରେ ପ୍ରତିକ୍ରିୟା ଦେଇ ଗୌତମ କହିଛନ୍ତି, ସେହନାଜ ଜଣେ ବହୁତ ଭଲ ଝିଅ, ସୁନ୍ଦର ଏବଂ ମୋ ପାଇଁ ସେ କେବଳ ମୋ ଭଉଣୀ ପରି। ମୁଁ କେବେ ମଧ୍ୟ ସେହନାଜଙ୍କ ବିଷୟରେ ଅନ୍ୟ କିଛି ଭାବିନାହିଁ, କିନ୍ତୁ ଲୋକେ ତାଙ୍କ ସହ ମୋ ନାମ ଯୋଡିବାରେ ଲାଗିଛନ୍ତି। ଯାହା ମେତେ ଖରାପ ଲାଗୁଛି। ସେହନାଜ ଆକ୍ଟର ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ରିଲେସନଶିପରେ ଅଛନ୍ତି। ଏଥି ପାଇଁ ମୁଁ ଚାହୁଁ ନାହିଁ ଯେ ଏହି ଲିଙ୍କଅପ୍ ଖବର ସେମାନଙ୍କ ମଧ୍ୟରେ କୌଣସି ସମସ୍ୟା ସୃଷ୍ଟି କରିବ।’
ପ୍ରକାଶ ଥାଉକି ଗୌତମଙ୍କ ଏହି ଖୁଲାସା ପରେ ସ୍ପଷ୍ଟ ହୋଇଯାଇଛି ଯେ ସେ ସିଦ୍ଧାର୍ଥ ଓ ସେହନାଜଙ୍କ ସମ୍ପର୍କ ମଝିରେ ଆସିବାକୁ ଚାହୁଁନାହାଁନ୍ତି । ଏଥିପାଇଁ ସେ ତାଙ୍କୁ ଅନଫଲୋ କରିଦେଇଛନ୍ତି ।