ମୁମ୍ବାଇ: ଟିଭିର ଲୋକପ୍ରିୟ ଧାରାବାହିକ ‘ଉତରନ’ରୁ ଫେମସ ହୋଇଥିବା ଅଭିନେତ୍ରୀ ଟିନା ଦତ୍ତା ସବୁବେଳେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି । ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ସେ ଲକଡାଉନ ପୂର୍ବରୁ ଗୋଆ ଭେକେଶନ ପାଇଁ ଯାଇଥିଲେ । ହେଲେ ଲକଡାଉନ ପରେ ସେ ସେଠାରେ ଫସି ଯାଇଥିଲା । ପାଖାପାଖି 100 ଦିନ ପରେ ସେ ମୁମ୍ବାଇ ଫେରିଛନ୍ତି ।
ଗୋଆରେ 100 ଦିନ ଫସି ରହିଥିଲେ ‘ଉତରନ’ ଫେମ - ଅଭିନେତ୍ରୀ ଟିନା ଦତ୍ତା ଅପଟେ ନ୍ୟୁଜ
ଦୀର୍ଘ ସମୟ ପରେ ମୁମ୍ବାଇ ଫେରି ଶାନ୍ତି ଅନୁଭବ କରୁଛନ୍ତି ଟେଲି ଅଭିନେତ୍ରୀ ଟିନା ଦତ୍ତା । ଯାହାର ସୂଚନା ସେ ନିକଟରେ ଏକ ସାକ୍ଷାତକାରରେ ଦେଇଥିଲେ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଟିନା ଦତ୍ତା
ସେ କହିଛନ୍ତି 100 ଦିନ ପର୍ଯ୍ୟନ୍ତ ସେ ଗୋଆରେ ଥିଲେ ଏବେ ମୁମ୍ବାଇ ଫେରିଛନ୍ତି । ଯାହାକୁ ନେଇ ସେ ଖୁସି । କାରଣ 100 ଦିନ ଗୋଆରେ ରହି ସେ ବହୁତ ବିରକ୍ତ ହୋଇଯାଇଥିଲେ ।
ପ୍ରକାଶ ଥାଉକି ଗୋଆରେ ଥିବା ସମୟରେ ଟିନା ଲକଡାଉନରେ ଯୋଗ, ବ୍ୟାୟମ କରି ନିଜ ସମୟ କାଟୁଥିଲେ । ଯାହାର ଅନେକ ଫଟୋ, ଭିଡିଓ ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ପାଇଁ ସେୟାର ମଧ୍ୟ କରିଥିଲେ ।