ଓଡିଶା

odisha

ETV Bharat / sitara

ଟିକଟକ ଆରମ୍ଭ କଲା ଇମେଜ ବଚାଓ ଅଭିଯାନ

ନେଗେଟିଭ ରେଟିଂ ପରେ ସଟ ଭିଡିଓ ଆପ୍ଲିକେସନ ଡିଲିଟ କଲା ଆଣ୍ଟି ଚାଇନା ଭିଡିଓ । ଭାରତରେ ନିଜ ଖରାପ ଛବିକୁ ସୁଧାରିବାକୁ ଚାଲିଛି ପ୍ରୟାସ।

ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଟିକ ଟକ
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ଟିକ ଟକ

By

Published : May 30, 2020, 10:53 PM IST

ମୁମ୍ବାଇ: କିଛି ଦିନ ହେବ ସୋସିଆଲ ମିଡିଆରେ ୟୁଟ୍ୟୁବ ଭର୍ସେସ ଟିକଟକ ଯୁଦ୍ଧ ଦେଖିବାକୁ ମିଳୁଛି । ଇତିମଧ୍ୟରେ ଏହାକୁ ପରିଚାଳନା କରୁଥିବା କମ୍ପାନୀ ବିଟଡାନ୍ସ ଉପରେ ବଜାରରେ ଏକଚାଟିଆ ପ୍ରତିଷ୍ଠା ପାଇଁ ଉପଭୋକ୍ତାମାନଙ୍କ ଦ୍ବାରା ସୃଷ୍ଟି ହୋଇଥିବା ବିଷୟବସ୍ତୁ ବିଲୋପ କରିଥିବା ଅଭିଯୋଗ ହୋଇଛି ।

କଥାଟି ହେଲା ଯେ ସଟ ଭିଡିଓ ସେୟାର ଆପ୍ଲିକେସନ ଟିକଟକ ଭାରତରେ ନିଜର ଖରାପ ଛବିକୁ ସୁଦୃଢ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି । ଆଉ ଧୀରେ ଧୀରେ ଅଗ୍ରଗତି କରୁଥିବା ଜଣାପଡିଛି । ଏଯାବତ କେବଳ ଖବର ଥିଲା ଯେ ଗୁଗୁଲ ପ୍ଲେ ଷ୍ଟୋରରେ ଗ୍ରାହକଙ୍କ ଠାରୁ ନକାରାତ୍ମକ ସମୀକ୍ଷା ହଟାଇ ଟିକଟକ ଏହାର ମୂଲ୍ୟାୟନରେ ଉନ୍ନତି କରୁଛି ।

ହେଲେ ବର୍ତ୍ତମାନ ଏହି ଅଭିଯୋଗ ସାମ୍ନାକୁ ଆସିଛି ଯେ ଯଦି ଜଣେ ଗ୍ରାହକ ଟିକଟକ କିମ୍ବା ଟିକଟକର ଜନ୍ମ ସ୍ଥାନ ଚୀନ ବିରୋଧରେ କୌଣସି ଭିଡିଓ କରୁଛନ୍ତି, ତେବେ ସେମାନଙ୍କ ଭିଡିଓ ଏହି ପ୍ଲାଟଫର୍ମରୁ ଡିଲିଟ କରି ଦିଆଯାଇଛି ।

ଏହି ଘଟଣାର ପ୍ରଥମ ଶିକାର ହୋଇଛନ୍ତି ସୋସିଆଲ ମିଡିଆର ନୂଆ କମେଡିଆନ ଷ୍ଟାର ସଲୋନୀ ଗୌଡ । କଙ୍ଗନା ରଣାୱତଙ୍କ ମିମିକ୍ରି କରି ଚର୍ଚ୍ଚାରେ ଆସିଥିବା ସଲୋନୀ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି । ସେ ଚୀନ ବିରୋଧରେ ଭିଡିଓ ନିର୍ମାଣ କରିଥିଲେ । ଯାହା ଡିଲିଟ କରି ଦିଆଯାଇଛି ବୋଲି ଜଣାଇଛନ୍ତି ।

ABOUT THE AUTHOR

...view details