ଓଡିଶା

odisha

ETV Bharat / sitara

ସିଦ୍ଧାର୍ଥଙ୍କୁ ଶିଳ୍ପାଙ୍କ ଧମକ, ଭିଡିଓ ଭାଇରାଲ - ବିଗ ବସ 11 ବିଜେତା ଶିଳ୍ପା ସିନ୍ଦେଙ୍କ ନୂଆ ଭିଡିଓ ଭାଇରାଲ

ବଡ ପରଦା ହେଉ କିମ୍ବା ଛୋଟ ପରଦା ସେଲିବ୍ରିଟିଙ୍କ ରିଲେସନଶିପ ଯେତେ ସହଜରେ ହେଉଥାଏ। ତାହାଠୁ କମ ସମୟରେ ସେଲିବ୍ରିଟିଙ୍କ ବ୍ରେକଅପ ଦେଖିବାକୁ ମିଳିଥାଏ। ଏମିତି ହିଁ କିଛି ଖୁଲାସା ନିକଟରେ କରିଥିଲେ ଶିଳ୍ପା ସିନ୍ଦେ। ସିଦ୍ଧାର୍ଥ ଶୁକ୍ଲା ତାଙ୍କୁ କରିସାରିଛନ୍ତି ଡେଟ।

actress shilpa shinde
ଡିଜାଇନ ଫଟୋ

By

Published : Mar 10, 2020, 7:47 PM IST

ମୁମ୍ବାଇ: ଛୋଟ ପରଦାର ଫେମସ ରିୟାଲିଟି ଶୋ ବିଗ ବସ 13 ଜିତିବା ପରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ବାରମ୍ବାର ଚର୍ଚ୍ଚାରେ ଆସୁଛନ୍ତି । ନିକଟରେ ବିଗ ବସ 11 ବିଜେତା ଶିଳ୍ପା ସିନ୍ଦେ ତାଙ୍କ ଉପରେ କଡା ଅଭିଯୋଗ ଲଗାଇଥିଲେ। ସେ ଦାବି କରିଥିଲେ ଯେ ସିଦ୍ଧାର୍ଥଙ୍କ ସହ ସେ ରିଲେସନଶିପରେ ଥିଲେ। ସମ୍ପର୍କରେ ଥିବା ସମୟରେ ସିଦ୍ଧାର୍ଥ ତାଙ୍କ ସହ ମାରପିଟ, ଗାଳିଗୁଲଜ କରୁଥିଲେ। ଏହି ମାମଲା ଉପରେ ଯେବେ ସିଦ୍ଧାର୍ଥଙ୍କୁ ପ୍ରଶ୍ନ କରାଯାଇଥିଲା ସେ ଏହାକୁ ଖଣ୍ଡନ କରିଦେଇଥିଲେ।

ଇତିମଧ୍ୟରେ ଶିଳ୍ପାଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେ ମିଡିଆକୁ ଅନେକ କଥା କହିବା ସହ ସିଦ୍ଧାର୍ଥଙ୍କୁ ଚେତାବନୀ ଦେଇଛନ୍ତି। ଆଉ ଯେଉଁଦିନ ସେ ରାଗିଯିବେ ସେଦିନ ତାଙ୍କର ସବୁ ପୋଲ ଖୋଲିଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି। ଆପଣ ମଧ୍ୟ ଦେଖନ୍ତୁ ଶିଳ୍ପାଙ୍କ ଏହି ଭିଡିଓ...

ପ୍ରକାଶ ଥାଉକି ଏକ ସାକ୍ଷାତକାରରେ ଶିଳ୍ପା ଖୁଲାସା କରିଥିଲେ ଯେ ସିଦ୍ଧାର୍ଥ ତାଙ୍କୁ ଡେଟ କରିସାରିଛନ୍ତି। ଆଉ ଯେବେ ମଧ୍ୟ ସେ ସିଦ୍ଧାର୍ଥଙ୍କ ଫୋନ ଉଠାଇ ପାରୁନଥିଲେ, ସେ ତାଙ୍କୁ ଖୁବ୍ ଗାଳିଗୁଲଜ କରୁଥିଲେ। ଯଦି ଫୋନ ନଉଠାଇବାର କାରଣ ସେ ତାଙ୍କୁ ସଠିକ୍ ରୂପେ ଦେଇପାରୁନଥିଲେ, ତେବେ ସିଦ୍ଧାର୍ଥ ତାଙ୍କୁ ଚାପୁଡା ମାରୁଥିଲେ। ମାଡ ମାରିବା ସହ ସିଦ୍ଧାର୍ଥ ତାଙ୍କୁ ଏସିଡ ପିଙ୍ଗିବାର ମଧ୍ୟ ଧମକ ଦେଇସାରିଛନ୍ତି ।

ABOUT THE AUTHOR

...view details