ହାଇଦ୍ରାବାଦ: ଚର୍ଚ୍ଚିତ ରିଅଲିଟି ସୋ' ବିଗ୍ ବସ୍-15 ଫାଇନାଲରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ପ୍ରତିଯୋଗୀମାନେ କ୍ରମାଗତ ଭାବରେ କଠିନ ପରିଶ୍ରମ କରୁଛନ୍ତି । ସୋ'ର ଫାଇନାଲ ଯେତିକି ପାଖେଇ ଆସୁଛି ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରତିଯୋଗିତା ସେତେ ଅଧିକା ବଢୁଛି । ତେବେ ସୋ'ର ଶେଷ ଦିନରେ ଏକ ବଡ ମୋଡ଼ ଆସିଥିବାବେଳେ ବିଗ୍ ବସ୍ ପୁଣି ଥରେ ଘରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରାଇଛନ୍ତି । ତେବେ ଏଥର ୱାଇଲ୍ଡ କାର୍ଡ ଆଉ କାହାକୁ ନୁହେଁ ବରଂ ଘରୁ ବେଘର ହୋଇଥିବା ସୋ'ର ପ୍ରତିଯୋଗୀ ରାଜୀବ ଅଦତିଆଙ୍କୁ ପୁଣି ଶୋ’କୁ ଅଣାଯାଇଛି । ଏଭଳି ପରିସ୍ଥିତିରେ ରାଜୀବ ଆସିବା ମାତ୍ରେ ଘରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ସମାନ କ୍ରମରେ ବୁଧବାର ପ୍ରସାରିତ ଏପିସୋଡରେ ପୁଣି ଥରେ ନନ୍-ଭିଆଇପି ସଦସ୍ୟ ଫାଇନାଲ ସପ୍ତାହରେ ନିଜର ସ୍ଥାନ ବନାଇବା ପାଇଁ ପରସ୍ପର ସହିତ ଝଗଡା କରୁଥିବା ଦେଖିବାକୁ ମିଳିଥିଲା। ବିଗ୍ ବସ୍ ଦ୍ବାରା ଦିଆଯାଇଥିବା କାମ ଅନୁଯାୟୀ, ଘରର ଜଣେ ସଦସ୍ୟଙ୍କୁ ଘୋଡା ହେବାକୁ ଥିଲା, ଯେଉଁଥିରେ ବସି ରାଜୀବଙ୍କୁ ବଡ ବଲ ଭାଙ୍ଗିବାକୁ ଥିଲା । ଏହି କାମ କରିବା ପାଇଁ ତେଜସ୍ବୀ ପ୍ରକାଶ, ଅଭିଜିତ୍ ବିଚୁକଲେ ଏବଂ ନିଶାନ୍ତ ଭଟ୍ଟ ପରସ୍ପର ସହ ପ୍ରତିଦ୍ବନ୍ଦିତା କରୁଥିବା ଦେଖିବାକୁ ମିଳିଥିଲା ।
କାମ ଆଧାରରେ ରାଜୀବଙ୍କ ଦ୍ବାରା ଭାଙ୍ଗିଯାଇଥିବା ବଡ଼ ବଲରୁ ବାହାରୁଥିବା ଛୋଟ ବଲକୁ ତିନିଜଣ ସଦସ୍ୟଙ୍କୁ ନିଜ ନିଜ ବ୍ୟାଗରେ ଏକାଠି କରିବାର ଥିଲା। ଯେଉଁ ସଦସ୍ୟଙ୍କ ପାଖରେ ସର୍ବାଧିକ ବଲ୍ ହେବ, ସେ ଏହି ସୋ'ର ବିଜେତା ଘୋଷିତ ହେବ। କାମ ବା ଟାକ୍ସ କରିବା ସମୟରେ ବଲ୍ ସଂଗ୍ରହ କରିବା ବ୍ୟତୀତ କାମ କରୁଥିବା ପ୍ରତିଯୋଗୀମାନେ ପରସ୍ପରଠାରୁ ବଲ୍ ଛଡ଼ାଇ ନେଇଥିବାର ଦେଖାଯାଇଥିଲା । ଏହି ସମୟରେ ଅଭିଜିତ୍ ବିଚୁକଲେ ତେଜସ୍ବୀ ପ୍ରକାଶଙ୍କଠାରୁ ବ୍ୟାଗ ଛଡ଼ାଇ ନେଇଥିବାର ନଜର ଆସିଥିଲେ।