ଓଡିଶା

odisha

ETV Bharat / sitara

ସେଟକୁ ଫେରିବାକୁ ବ୍ୟଗ୍ର ହେଉଛନ୍ତି ସୁରେଖା ସିକ୍ରି - surekha sikri on path to recovery

ବ୍ରେନ ଷ୍ଟ୍ରୋକ ଯୋଗୁଁ ଜଣାଶୁଣା ଅଭିନେତ୍ରୀ ସୁରେଖା ସିକ୍ରିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ଅବସ୍ଥା ପୂର୍ବ ଅପେକ୍ଷା ଭଲ ଅଛି ଏବଂ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ସେ ଘରକୁ ଫେରିଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ଶୀଘ୍ର ସେଟକୁ ଫେରିବାକୁ ନେଇ ଆଗ୍ରହୀ ଅଛନ୍ତି । ଅଧିକ ପଢନ୍ତୁ...

surekha sikri on path to recovery eager to go back to set
ସେଟକୁ ଫେରିବାକୁ ଆଗ୍ରହୀ ସୁରେଖା ସିକ୍ରି

By

Published : Sep 26, 2020, 4:06 PM IST

ମୁମ୍ବାଇ: ଗତ ସପ୍ତାହରେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ବହୁତ ଉନ୍ନତି ହୋଇଛି ।

ସୁରେଖାଙ୍କ ମ୍ୟାନେଜର ବିବେକ ସିଦ୍ଧୱାନୀଙ୍କ କହିବାନୁସାରେ, ସେ ବହୁତ ଭଲ ଅନୁଭବ କରୁଛନ୍ତି ଏବଂ ସେ ପୁନର୍ବାର କାମ ଆରମ୍ଭ କରିବାକୁ ନେଇ ଆଗ୍ରହୀ ଅଛନ୍ତି ।

ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀଙ୍କ ଦ୍ବିତୀୟ ଥର ପାଇଁ ବ୍ରେନ ଷ୍ଟ୍ରୋକ ହେବା ଯୋଗୁଁ ସେ ସେପ୍ଟେମ୍ବର 8ରେ ମୁମ୍ବାଇର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ଏବେ ଅଭିନେତ୍ରୀ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଘରକୁ ଫେରିଛନ୍ତି ।

ସୁରେଖାଙ୍କୁ ଗତ ବର୍ଷ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଘୋଷ୍ଟ ଷ୍ଟୋରିଜ'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details