ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଫେମସ ରିୟାଲିଟ ଶୋ ‘ବିଗ ବସ’କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି । ଏହି ଶୋକୁ ବିବାଦୀୟ ରୂପେ ମଧ୍ୟ ଜଣାଯାଇଥାଏ । ସୋସିଆଲ ମିଡିଆରେ ଶୋ ବିରୋଧରେ ଅନେକ ଆପତ୍ତିଜନକ କମେଣ୍ଟ ମଧ୍ୟ ହୁଏ । ଏମିତି ହି କିଛି ଏବେ ପୁଣିଥରେ ଦେଖିବାକୁ ମିଳୁଛି । ୟୁଜର୍ସ ‘ବିଗ ବସ 14’କୁ ବ୍ୟାନ କରିବାକୁ ଦାବି କରୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହାର କାରଣ...
ଟ୍ରେଣ୍ଡ କରୁଛି #ବୟକଟବିଗବସ14, ଜାଣନ୍ତୁ କାହିଁକି... - ବିଗ ବସ 14 ବ୍ୟାନ ନ୍ୟୁଜ
ସମସ୍ୟା ଘେରରେ ‘ବିଗ ବସ 14’ । ପ୍ରୋମୋ ଭିଡିଓକୁ ନେଇ ରାଗିଲେ ୟୁଜର୍ସ । କମେଣ୍ଟ କରି ଶୋକୁ ବ୍ୟାନ କରିବାକୁ ଉଠାଇଲେ ସ୍ବର ।
କଥାଟି ହେଲା ଯେ ଅପକମିଂ ଏପିସୋଡର ଏକ ପ୍ରୋମୋ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ବିଗ ବସ ଝିଅଙ୍କୁ ଇମ୍ୟୁନିଟି ପାଇବା ପାଇଁ ଏକ ସୁଯୋଗ ଦେଇଥିଲେ । ଯାହାଦ୍ବାରା ଝିଅଙ୍କୁ ‘ବିଗ ବସ 13’ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କୁ ନିଜ ଯାଦୁ ଦ୍ବାରା ଇମ୍ପ୍ରେସ କରିବାର ଥିଲା । ସେହିପରି ପ୍ରୋମୋରେ ଦେଖିବାକୁ ମିଳୁଛି ଯେ ଅଭିନେତ୍ରୀ ପବିତ୍ରା ପୁନିୟା, ରୁବୀନ ଦିଲୈକ, ଜାସ୍ମିନ ଭସ୍ମୀନ, ବାଇକରେ ବସି ସିଦ୍ଧାର୍ଥଙ୍କ ସହ ରେନ ଡାନ୍ସ କରୁଛନ୍ତି । ଆଉ ନିଜ ନିଜ ଜଲୱା ସିଦ୍ଧାର୍ଥଙ୍କୁ ଦେଖାଉଛନ୍ତି ।
ଏହାକୁ ଆଧାର କରି ଅନେକ ୟୁଜର୍ସ ଏହା ଉପରେ ଆପତ୍ତି ପ୍ରକାଶ କରିଛନ୍ତି । ଆଉ ଟ୍ରୋଲର୍ସ ‘ବିଗ ବସ 14’କୁ ବ୍ୟାନ କରିବାକୁ ମଧ୍ୟ ଦାବି କରୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ #BoycottBB14 ଟ୍ରେଣ୍ଡ କରୁଛି । ସେହିପରି ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି, ‘ସମୟ ଆସିଯାଇଛି ଯେ ବିଗ ବସକୁ ବ୍ୟାନ କରାଯିବା ଦରକାର । ଶୋ ଏକଦମ ଫାଲତୁ । ଆପତ୍ତି ଜିନିଷ ଶୋରେ ଦର୍ଶାଯାଉଛି ।’ ଏପରି ଅନେକ ୟୁଜର୍ସ କମେଣ୍ଟ କରି ଶୋ ବ୍ୟାନ କରିବାକୁ ଦାବି କରୁଛନ୍ତି ।