ମୁମ୍ବାଇ:ସରିଲା ସୋନି ଟିଭିରେ ପ୍ରସାରିତ ସୁପର ଡ୍ୟାନ୍ସ ସୋ ସୁପର ଡାନ୍ସର-4 । ଚଳିତ ସିଜିନରେ ସୁପର ଡାନ୍ସରକୁ ତାର ବିଜେତା ମିଳିଛି । ଟ୍ରଫି ହାତେଇଛନ୍ତି ଆସମର ଫ୍ଲୋରିନା ଗୋଗୋଇ । ଟାଇଟଲ ବିଜୟିନୀ ୭ ବର୍ଷୀୟ ଫ୍ଲୋରିନାଙ୍କୁ ୧୫ ଲକ୍ଷ ଏବଂ ତାଙ୍କ ମେଣ୍ଟର ତଥା ପ୍ରଶିକ୍ଷକ ତୁଷାର ସେଟ୍ଟୀଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ମିଳିଛି ।
ସୁପର ଡ୍ୟାନ୍ସର ସିଜିନ ୪ରେ ପାଞ୍ଚଜଣ ଫାଇନାଲିଷ୍ଟ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । ସୁପର ଗୁରୁ ତୁଷାରଙ୍କ ସହିତ ଫ୍ଲୋରିନା ଗୋଗଇ, ଗୁରୁ ଶୁଭ୍ରନିଲଙ୍କ ସହିତ ପୃଥୀରାଜ ପଲ, ଗୁରୁ ବର୍ତ୍ତିକାଙ୍କ ସହିତ ସଞ୍ଚିତ, ଗୁରୁ ସୋନାଲି କରଙ୍କ ସହିତ ଇଶା ମିଶ୍ର ଓ ଗୁରୁ ଭାବନାଙ୍କ ସହିତ ନୀରଜା ଫାଇନାଲରେ ପହଞ୍ଚିଥିଲେ । ଫାଇନାଲରେ ପାଞ୍ଚ ଡ୍ୟାନ୍ସରଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ପାଞ୍ଚଜଣଙ୍କ ଭିତରେ ବିଜୟୀ ହୋଇଛନ୍ତି ଫ୍ଲୋରିନା । ଏଥିସହ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି କର୍ଣ୍ଣାଟକର ପୃଥୀରାଜ । ସୋ ପକ୍ଷରୁ ପୃଥୀରାଜ ଓ ତାଙ୍କ ଗୁରୁଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ତୃତୀୟ ସ୍ଥାନରେ ରହିଛନ୍ତି ପଞ୍ଜାବର ସଞ୍ଚିତ ଚନାନ ।