ନୂଆଦିଲ୍ଲୀ : ଏବେ ଚର୍ଚ୍ଚାରେ କୋରିଓଗ୍ରାଫର ଗୀତା କପୁରଙ୍କ କିଛି ଫଟୋ । ଯେଉଁଥିରେ ସେ ସିନ୍ଦୁର ଲଗାଇଥିବା ନଜର ଆସିଛନ୍ତି । ବିନା ବିବାହରେ ଗୀତା ସିନ୍ଦୂର ଲଗାଇଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ତାଙ୍କ ଫ୍ୟାନ୍ସ । ଯାହାକୁ ନେଇ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ । କେତେକ ଭାବୁଛନ୍ତି ଯେ, ସେ ଲୁଚିଛପି ବିବାହ କରିଥାଇ ପାରନ୍ତି ।
ତେବେ ଏହି ଫଟୋଗୁଡ଼ିକ ଫଟୋସପ ନୁହେଁ ବରଂ ଅସଲି ଫଟୋ ବୋଲି ଖୁଲାସା କରିଛନ୍ତି ଗୀତା । ଯଦି ବିବାହ କରିବି ତେବେ ଲୁଚାଇବି ନାହିଁ । ଆଉ ମା’ଙ୍କ ଦେହାନ୍ତକୁ କିଛି ମାସ ହୋଇଛି କିପରି ବିବାହ କରିପାରିବି ବୋଲି ପ୍ରଶ୍ନ କରିଛନ୍ତି ଗୀତା ।