ଓଡିଶା

odisha

ETV Bharat / sitara

ବିଶ୍ୱ ମହିଳା ଦିବସରେ ରିଲିଜ ହେବ ବର୍ଷାଙ୍କ ସ୍ୱତନ୍ତ୍ର ଗୀତ, ମୁଖ୍ୟ ଭୂମିକାରେ ନଜର ଆସିବେ ନୈନା

ଅନ୍ତ୍ରରାଷ୍ଟ୍ରୀୟ ମହିଳା ଦିବସ ପ୍ରତିବର୍ଷ ୮ ମାର୍ଚ୍ଚରେ ପୃଥିବୀ ସାରା ପାଳନ କରାଯାଇଥାଏ । ବିଶ୍ୱର ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ପ୍ରତି ସମ୍ମାନ, ପ୍ରଶଂସା, ରାଜନୈତିକ ଓ ସାମାଜିକ ଉପଲବ୍ଧିର ଉପଲକ୍ଷେ ଉତ୍ସବ ରୂପେ ପାଳନ କରାଯାଏ । ମହିଳା ଦିବସ ଅବସରରେ ବର୍ଷା ପ୍ରିୟଦର୍ଶନୀଙ୍କ ଏକ ସ୍ବତନ୍ତ୍ର ମହିଳା କୈନ୍ଦ୍ରିକ ଗୀତ ରିଲିଜ ହେବାକୁ ଯାଉଛି । ଅଧିକ ପଢନ୍ତୁ

By

Published : Mar 5, 2022, 6:46 PM IST

ବିଶ୍ୱ ମହିଳା ଦିବସରେ ରିଲିଜ ହେବ ବର୍ଷାଙ୍କ ସ୍ୱତନ୍ତ୍ର ମହିଳା କୈନ୍ଦ୍ରିକ ଗୀତ
ବିଶ୍ୱ ମହିଳା ଦିବସରେ ରିଲିଜ ହେବ ବର୍ଷାଙ୍କ ସ୍ୱତନ୍ତ୍ର ମହିଳା କୈନ୍ଦ୍ରିକ ଗୀତ

ଭୁବନେଶ୍ବର: ନାରୀ ଯାହାର ନଖ ଦର୍ପଣରେ ସାରା ସଂସାର ଥାଏ । ସେଥିପାଇଁ ତ ନାରୀ ଇଶ୍ବରଙ୍କ କାନଭାସର ଏକ ଅନବଦ୍ୟ ସୃଷ୍ଟି । ଆଉ ସେ ହେଉଛି ସ୍ନେହ, ଶ୍ରଦ୍ଧା ସହନଶୀଳତା ଓ ମମତାର ସାକ୍ଷାତ ପ୍ରତିମା । ତେଣୁ ନାରୀଟିଏ ଚିର ନମସ୍ୟା । ସେହି ନାରୀର ସମ୍ମାନାର୍ଥେ ସବୁଦିନ ସମର୍ପିତ । କିନ୍ତୁ ଏ ସମାଜ ନାରୀଙ୍କ ସେବା ତ୍ୟାଗ ଓ ସମର୍ପଣର ଗାଥାକୁ କେବଳ ଗୋଟିଏ ଦିନ ମନେ ପକାଉଛି । ଆଉ ସେହି ଦିନକୁ ଆମେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛେ । ଆଉ ଏହି ସମର୍ପଣ ଦିବସରେ ମହିଳାଙ୍କୁ ସମ୍ମାନ ଦେବାକୁ ଅନେକ କିଛି କାର୍ଯ୍ୟକ୍ରମ ହେଉଥିବା ବେଳେ ଏହି ଦିନ ରିଲିଜ ହେବ ବର୍ଷା ପ୍ରିୟଦର୍ଶନୀଙ୍କ ସ୍ବତନ୍ତ୍ର ମହିଳା କୈନ୍ଦ୍ରିକ ଗୀତ ।

ବିଶ୍ୱ ମହିଳା ଦିବସରେ ରିଲିଜ ହେବ ବର୍ଷାଙ୍କ ସ୍ୱତନ୍ତ୍ର ମହିଳା କୈନ୍ଦ୍ରିକ ଗୀତ

ଏହି ଗୀତଟି ମହିଳାଙ୍କ ସମ୍ମାନ ଓ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାରର ସଚେତନତା ଉପରେ ପ୍ରସ୍ତୁତ ହୋଇଛି । ଏହାର ସୁଟିଂ ଭୁବନେଶ୍ବରରେ ଚାଲିଛି। ମୁଖ୍ୟ ଭୂମିକାରେ ଜଣାଶୁଣା ଅଭିନେତ୍ରୀ ନୈନା ଦାସ ରହିଥିବା ବେଳେ ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତା ରାକେଶ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏହାର ପ୍ରଯୋଜନା ଦେଇଥିବା ବେଳେ ଗୀତଟି ବେଶ୍‌ ହୃଦୟସ୍ପର୍ଶୀ ହେବ ବୋଲି କହିଛନ୍ତି ବର୍ଷା । ସେହିପରି ନୈନା ଦାସ କହିଛନ୍ତି, ନାରୀ ଆଉ ପୁରୁଷ ଉଭୟ ସମାନ ଓ ପରିପୂରକ । ତେଣୁ ଜଣେ ପୁରୁଷ ପଛରେ ଯେମିତି ନାରୀର ହାତ ଥାଏ ସେହଭଳି ଜଣେ ନାରୀର ସଫଳତା ପାଇଁ ପୁରୁଷଟିଏ ତା ପଛରେ ରହିବା ସହ ତାଙ୍କୁ ସମର୍ଥନ କରିବାର ଆବଶ୍ୟକ ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details