ଓଡିଶା

odisha

ETV Bharat / sitara

ପୁଣି ଭଡକିଲେ ସିଦ୍ଧାର୍ଥ, ସିକ୍ରେଟ ରୁମରୁ କଲେ ଆଟାକ୍

ସିଡ୍ ତାଙ୍କ ପାରମ୍ପାରିକ ପ୍ରତିଦ୍ବନ୍ଦି ରଶ୍ମି ଦେଶାଇଙ୍କ ଉପରେ କମେଣ୍ଟ କରୁଥିବାର ଦେଖିବାକୁ ମିଳିଛି । ରଶ୍ମିଙ୍କୁ ନେଚର କେମିତି ସିଡ୍ ସେହି ସମ୍ପର୍କରେ କହିଛନ୍ତି । ଅଧିକ ପଢନ୍ତୁ...

ପୁଣି ଭଡକିଲେ ସିଦ୍ଧାର୍ଥ: ସିକ୍ରେଟ ରୁମରୁ କଲେ ଆଟାକ୍
ପୁଣି ଭଡକିଲେ ସିଦ୍ଧାର୍ଥ: ସିକ୍ରେଟ ରୁମରୁ କଲେ ଆଟାକ୍

By

Published : Dec 11, 2019, 1:01 PM IST

ମୁମ୍ବାଇ: ଏଣ୍ଟରଟେନମେଣ୍ଟର ଡବଲ୍ ଡୋଜ୍ ବିଗବସ୍ 13 । ଆଉ ଯେବେଠାରୁ ସିଦ୍ଧାର୍ଥ ଓ ପାରଶ ସିକ୍ରେଟ ରୁମକୁ ଯାଇଛନ୍ତି ସେବେଠାରୁ ଶୋ' ଅଧିକ ରୋମାଞ୍ଚକର ହୋଇଛି । ଜନତାଙ୍କୁ ସିଡ-ପାରଶଙ୍କ ବଣ୍ଡିଙ୍କ ସହ କମେଣ୍ଟ୍ରି ମଧ୍ୟ ଖୁବ୍ ପସନ୍ଦ ଆସୁଛି ।

ଗତ ଏପିସୋଡରେ ସିଡ୍ ତାଙ୍କ ପାରମ୍ପାରିକ ପ୍ରତିଦ୍ବନ୍ଦି ରଶ୍ମି ଦେଶାଇଙ୍କ ଉପରେ କମେଣ୍ଟ କରୁଥିବାର ଦେଖିବାକୁ ମିଳିଛି । ରଶ୍ମିଙ୍କୁ ନେଚର କେମିତି ସିଡ୍ ସେହି ସମ୍ପର୍କରେ କହିଛନ୍ତି ।

ତେବେ କିଚେନରେ ଅରହାନ ଖାଇବା ପ୍ରସ୍ତୁତ କରୁଥିଲେ । ଆଉ ରଶ୍ମି ତାଙ୍କ ସହ କଥା ହେଉଥିଲେ । ଏହି ଦୃଶ୍ୟ ଦେଖି ପାରଶ ଏବଂ ସିଡ୍ ଏହାର ଖୁବ୍ ମଜାକ ଉଡାଉଛନ୍ତି । ଏନେଇ ପାରଶ କହୁଛନ୍ତି, ଏ ଘର ବାହାରେ ମଧ୍ୟ ଏପରି ଖାଇବା ବନାଉଥିବ । ଏହାପରେ ସିଡ୍ କହୁଛନ୍ତି ଯଦି ଖାଇବା ନ ବନାଉଥିବ ତେବେ ଖୁବ ଝଗଡା ହେଉଥିବ । ସେ ଆହୁରି ମଧ୍ୟ କହୁଛନ୍ତି ଯିଏ ରଶ୍ମିଙ୍କ ହଁ ରେ ହଁ ଭରିବ ତାଙ୍କୁ ସେପରି ବ୍ୟକ୍ତି ଦରକାର । ନଚେତ ସେ ଅଯଥାରେ ଝଗଡା କରିଥାଆନ୍ତି ।

ଏଠାରେ ସୂଚନାଯୋଗ୍ୟ, ମଙ୍ଗଳବାର ଟେଲିକାଷ୍ଟ ହୋଇଥିବା ଏପିସୋଡରେ ରଶ୍ମି ଏବଂ ଅରହାନ ଚିଜ୍ ପରଟା ଖାଉଥିବାର ଦେଖିବାକୁ ମିଳିଥିଲା । ଏନେଇ ସିଦ୍ଧାର୍ଥ ଖୁବ୍ ବିରକ୍ତି ପ୍ରକାଶ କରିବା ସହ ରଶ୍ମିଙ୍କ ଚୋର ବୋଲି ଆକ୍ଷେପ କରିଥିଲେ ।

ABOUT THE AUTHOR

...view details