ଓଡିଶା

odisha

ETV Bharat / sitara

ମୁଁ ଜଣେ ସଂଗୀତଜ୍ଞ ନୁହେଁ କହିଲେ, ଶ୍ରେୟା ଘୋଷାଲ

ଗାୟିକା ଶ୍ରେୟା ଘୋଷାଲ ନିକଟରେ ତାଙ୍କର ଏକ ନୂତନ ଗୀତ 'ନା ୱୋ ମେ' ଲଞ୍ଚ କରିଥିଲେ । ଯାହାକୁ ସେ ଏବଂ ତାଙ୍କ ଭାଇ ସଂଗୀତ ରଚନା କରିଥିଲେ । ଶ୍ରେୟା କହିଛନ୍ତି ଯେ, ଏକ ଭଲ ଗୀତ ପାଇବା ପାଇଁ ବହୁତ ସମୟ ଲାଗିଥାଏ । ମୁଁ ଜଣେ ସଂଗୀତଜ୍ଞ ନୁହେଁ, ଗାୟିକା ଅଟେ । ଅଧିକ ପଢନ୍ତୁ...

Shreya ghoshal says I am not a born composer
ମୁଁ ଜଣେ ସଂଗୀତଜ୍ଞ ନୁହେଁ କହିଲେ, ଶ୍ରେୟା ଘୋଷାଲ

By

Published : May 3, 2020, 7:12 AM IST

ମୁମ୍ବାଇ: ଗାୟିକା ଶ୍ରେୟା ଘୋଷାଲଙ୍କ ଗୀତ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଶ୍ରେୟା ମାର୍ଚ୍ଚରେ କୋଭିଡ -19 ଲକଡାଉନ ପୂର୍ବରୁ ତାଙ୍କର ଏକ ନୂତନ ଗୀତ 'ନା ୱୋ ମେ' ଲଞ୍ଚ କରିଥିଲେ । ଶ୍ରେୟା ଆଇ.ଏ.ଏନ.ଏସ କୁ କହିଛନ୍ତି ଯେ, ମୁଁ ଏହି ଗୀତକୁ ପରେ ରିଲିଜ କରିବାକୁ ଚିନ୍ତା କରୁଥିଲି କିନ୍ତୁ ଲକଡାଉନ କେତେ ଦିନ ଚାଲିବ ମୁଁ ଜାଣି ନ ଥିଲି, ତେଣୁ ମୁଁ ଏହି ଗୀତଟିକୁ ମୋ ୟୁଟ୍ୟୁବ ଚ୍ୟାନେଲରେ ଲଞ୍ଚ କରିଛି । ଏହି ଗୀତଟି ମୁଁ ଏବଂ ମୋ ଭାଇଙ୍କ ଦ୍ୱାରା ସଂଗୀତ ରଚନା କରାଯାଇଥିଲା ।

ଶ୍ରେୟା କହିଛନ୍ତି ଯେ, ମୁଁ ଆଉ କିଛି ନୂଆ ଜିନିଷ ଉପରେ କାମ କରିବାକୁ ଚେଷ୍ଟା କରୁଛି । କିନ୍ତୁ ଏକ ଭଲ ଗୀତ ପାଇବା ପାଇଁ ବହୁତ ସମୟ ଲାଗିଥାଏ । ମୁଁ ଜଣେ ସଂଗୀତଜ୍ଞ ନୁହେଁ, ମୁଁ ଜଣେ ସଂଗୀତଜ୍ଞଙ୍କ ଅପେକ୍ଷା ପ୍ରଥମେ ଏକ ଗାୟିକା ଅଟେ । ମୋର ପାଖକୁ ବହୁତ ପ୍ରୋଜେକ୍ଟ ଆସୁଛି । କିଛି ଭଲ କାମ ମଧ୍ୟ ସାଙ୍ଗମାନଙ୍କଠାରୁ ଆସିଛି, ତେଣୁ ମୁଁ ଲୋକମାନଙ୍କ ସହ କାମ କରୁଛି ।

ଶ୍ରେୟା ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ସବୁବେଳେ ଏପରି କିଛି ଗୀତ କରିବାକୁ ଚାହେଁ ଯାହାକୁ ମୁଁ ବହୁତ ଭଲରେ ଗାଇ ପାରିବି । ମୁଁ ସବୁବେଳେ ଫିଲ୍ମ ଉପରେ ନିର୍ଭର କରିବାକୁ ଚାହେଁ ନାହିଁ । ଚଳଚ୍ଚିତ୍ର ଗୀତ କେବଳ କାହାଣୀ କିମ୍ବା ଫିଲ୍ମର ସେଟିଂରେ ସୀମିତ ଅଟେ । କିନ୍ତୁ ମୁଁ ସବୁବେଳେ କିଛି ଚ୍ୟାଲେଞ୍ଜିଂ ଗୀତ ଗାୟିବାକୁ ପସନ୍ଦ କରେ ।

ଶ୍ରେୟା ଏକ ଉଦାହରଣ ଦେଇ କହିଛନ୍ତି ଯେ, 'କଲଙ୍କ'ର' ଘର ମୋରେ ପରଦେସିଆ 'ଗୀତ ଏକ କଷ୍ଟସାଧ୍ୟ ଗୀତ ଥିଲା । ଏହା ମୋ ପାଇଁ ଏକ ଚ୍ୟାଲେଞ୍ଜିଂ ଗୀତ ରହିଥିଲା । ଏହି ସମୟରେ ଶ୍ରେୟା ଏକ ଭର୍ଚୁଆଲ କନ୍ସର୍ଟ କରୁଛନ୍ତି । ନିକଟରେ ଶ୍ରେୟା ୟୁଟ୍ୟୁବର ୱାନ ନେସନ ଇନିସିଏଟିଭରେ ଅଂଶଗ୍ରହଣ କରିଥିଲେ ଯେଉଁଥିରେ 75 ରୁ ଅଧିକ ସଂଗୀତ କଳାକାର ଏବଂ ଭାରତୀୟ ୟୁଟ୍ୟୁବ ନିର୍ମାତା ଏକତ୍ର ଲାଇଭ କନ୍ସର୍ଟ କରିଥିଲେ । ଲକଡାଉନ ସମୟରେ ଶ୍ରେୟା କିଛି ନା କିଛି ରୋଷେଇ କରି ତାଙ୍କର ସମୟ ବିତାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details