ମୁମ୍ବାଇ: ଫେମସ ଟେଲିଭିଜନ ଅଭିନେତା ଶରଦ ମାଲହୋତ୍ରା କୋରୋନା ପଜିଟିଭ ବୋଲି ଜଣାପଡିଛି । ଅଭିନେତା ଏ ବିଷୟରେ ନିଜେ ସୂଚନା ଦେଇଛନ୍ତି ।
ଶରଦ କହିଛନ୍ତି, ‘ମୋର କୋରୋନା ରିପୋର୍ଟ ପଜିଟିଭ ଆସିଛି । ଖୁସିର କଥା ମୋ ପତ୍ନୀଙ୍କ କୋରୋନା ରିପୋର୍ଟ ନେଗେଟିଭ ବାହାରିଛି । ଆମେ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଛୁ । ମୁଁ ଡାକ୍ତରଙ୍କ ତତ୍ତ୍ବାବଧାନରେ ହୋମକ୍ବାରେଣ୍ଟାଇନରେ ଅଛି । ମୋ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ମୁଁ ପ୍ରତିଜ୍ଞା କରୁଛି ଯେ ମୁଁ ଶୀଘ୍ର ଫିଟ ହୋଇ ଫେରିବି’ ।
ଶରଦ ବର୍ତ୍ତମାନ ଏକତା କପୁରଙ୍କ ହିଟ୍ ସିରିଏଲ୍ 'ନାଗିନ୍ -5'ରେ ବୀର ଭୂମିକାରେ ଅଭିନୟ କରୁଛନ୍ତି ।