ଓଡିଶା

odisha

ETV Bharat / sitara

ପରଲୋକରେ ଅଭିନେତା ଭବ୍ୟ ଗାନ୍ଧୀଙ୍କ ପିତା

କୋରୋନା ନେଲା ଭବ୍ୟଙ୍କ ପିତାଙ୍କ ଜୀବନ । ଗତ 10 ଦିନରୁ ଭେଣ୍ଟିଲେଟରରେ ଥିଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

By

Published : May 13, 2021, 1:56 PM IST

ମୁମ୍ବାଇ: କୋରୋନା ମହାମାରୀ ଯୋଗୁଁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି। ସବୁଦିନ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳୁଛି । ଏପର୍ଯ୍ୟନ୍ତ ବଲିଉଡ ଏବଂ ଟିଭିର ଅନେକ ପ୍ରିୟ କଳାକାର ଏହି ମହାମାରୀର ସମ୍ମୁଖୀନ ହୋଇସାରିଥିବା ବେଳେ ଅନେକଙ୍କ ଜୀବନ ମଧ୍ୟ ଚାଲିଗଲାଣି। ଇତିମଧ୍ୟରେ ଆଉ ଏକ ନୈରାଶ୍ୟଜନକ ଖବର ଶୁଣିବାକୁ ମିଳୁଛି । ‘ତାରକ ମେହତା କା ଉଲ୍ଟା ଚଷମା’ ଫେମ ଭବ୍ୟ ଗାନ୍ଧୀଙ୍କ ପିତା ବିନୋଦ ଗାନ୍ଧୀଙ୍କ ଦେହାନ୍ତ ହୋଇଛି ।

ତାଙ୍କ ପିତା କୋରୋନା ସଂକ୍ରମିତ ଥିଲେ ଆଉ ମିଳିଥିବା ସୂଚନା ଅନୁଯାୟୀ ଗତ 10 ଦିନରୁ ସେ ଭେଣ୍ଟିଲେଟରରେ ଥିଲେ । ହେଲେ ପରିଶେଷରେ କୋରୋନା ଯୁଦ୍ଧରେ ହାରିଯାଇଛନ୍ତି ସେ ।

କୁହାଯାଉଛି ଯେ ତାଙ୍କ ଶରୀରରେ ଅମ୍ଳଜାନ ସ୍ତର ହଠାତ୍ ହ୍ରାସ ପାଇବାରୁ ତାଙ୍କର ମୃତ୍ୟୁ ଘଟିଛି । ସେ କୋକିଲା ବେନ୍ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ପିତାଙ୍କ ମୃତ୍ୟୁରେ ଭାଙ୍ଗିପଡିଛନ୍ତି ଭବ୍ୟ ।

ABOUT THE AUTHOR

...view details