ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ପୁଣି ଥରେ ସାରା ଦେଶରେ ଲୋକଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଛି । ବହୁ ସେଲିବ୍ରିଟି ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି ।
ଏବେ ସସୁରାଲ ସିମର କା ୨ ଫେମ୍ ଟେଲିଭିଜନ ଅଭିନେତା ରାଜୀବ ପଲ୍ କୋରୋନା ପଜିଟିଭ୍ ବୋଲି ଜଣାପଡିଛନ୍ତି । ସଂକ୍ରମିତ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।