ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଏହି କ୍ରମରେ ସାମିଲ ହୋଇଛନ୍ତି ବିଗବସ୍ 14 ର ବିଜେତା ରୁବିନା ଦିଲୈକ । ତାଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ଯାହାର ସୂଚନା ସେ ଏବେ ଦେଇଛନ୍ତି । ବର୍ତ୍ତମାନ ସେ 17 ଦିନ ଧରି ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଛନ୍ତି ଏବଂ ସେ ଏକ ମାସ ପରେ ପ୍ଲାଜମା ଦାନ କରିବେ ବୋଲି ମଧ୍ୟ କହିଛନ୍ତି । ଏଥିସହ ସେ ତାଙ୍କ ଆଖପାଖର ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ 5 ରୁ 7 ଦିନ ମଧ୍ୟରେ ଯିଏ ମୋ ସହିତ ଯୋଗାଯୋଗରେ ଥିଲ ଦୟାକରି ସେମାନେ ମଧ୍ୟ ନିଜର କୋରୋନା ଟେଷ୍ଟ କରିବା ଉଚିତ ।
ରୁବିନା ଦିଲୈକଙ୍କୁ କୋରୋନା
ପୁଣି ଆଉ ଜଣେ ସେଲିବ୍ରିଟିଙ୍କ କୋରୋନା ରିପୋର୍ଟ ପଜିଟିଭ । ଏଥର ବିଗବସ୍ 14 ର ବିଜେତା ରୁବିନା ଦିଲୈକଙ୍କୁ ହୋଇଛି କୋରୋନା । ଅଧିକ ପଢନ୍ତୁ...
ରୁବିନା ଦିଲୈକଙ୍କୁ କୋରୋନା
ସେପଟେ ଫ୍ୟାନ୍ସ ତାଙ୍କ ସୁସ୍ଥ କାମନା କରୁଥିବାର ନଜର ଆସୁଛନ୍ତି ।
ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ରୁବିନା ପାରସ ଛାବ୍ରାଙ୍କ ସହ ଏକ ମ୍ୟୁଜିକ୍ ଭିଡିଓରେ ନଜର ଆସିବେ ।