ଓଡିଶା

odisha

By

Published : Jun 16, 2021, 9:15 AM IST

ETV Bharat / sitara

ହାଇଡ୍ରାମା ପାଇଁ ଟ୍ରୋଲ ହେଲେ ‘ଇଣ୍ଡିଆନ ଆଇଡଲ 12’ ଜଜ୍

ସମାଲୋଚନାର ଶିକାର ହେବାରେ ଲାଗିଛି ସିଙ୍ଗି ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡନ 12’ । ଜଜ୍‌ଙ୍କ ହାଇ ଡ୍ରାମାକୁ ନେଇ ପୁଣି ଟ୍ରୋଲର୍ସଙ୍କ ଟାର୍ଗେଟରେ ଶୋ । ଅଧିକ ପଢନ୍ତୁ

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ଟିଭି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ଟିଭି

ମୁମ୍ବାଇ: ଫେମସ ରିୟାଲିଟି ଶୋ 'ଇଣ୍ଡିଆନ୍ ଆଇଡଲ 12' କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସୁଛି । ପ୍ରତିଯୋଗୀଙ୍କ ଠାରୁ ଆରମ୍ଭ କରି ଜଜ୍ ଏବଂ ନିର୍ମାତାମାନେ କିଛି ନା କିଛି କାରଣରୁ ଟ୍ରୋଲର୍ସଙ୍କ ଶିକାର ହେଉଛନ୍ତି । କିଛି ଦିନ ପୂର୍ବରୁ ନେହା କକ୍କର ଏବଂ ହିମେଶ ରେଶମିୟା ଲେଜେଣ୍ଡ ସିଙ୍ଗର କିଶୋର କୁମାରଙ୍କ ଗୀତ ଗାଇବା ପାଇଁ ଟ୍ରୋଲ ହୋଇଥିଲେ। ଆଉ ଏବେ ପୁଣିଥରେ ହାଇ ଡ୍ରାମା ପାଇଁ ତାଙ୍କୁ ଟ୍ରୋଲ କରାଯାଉଛି ।

କଥାଟି ହେଲା ଯେ ମଙ୍ଗଳବାର ନେହା, ହିମେଶ ଓ ବିଶାଲ ଦଦଲାନୀଙ୍କ ଡ୍ରାମାଟିକ ରିଆକ୍ସନ ପାଇଁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ଟ୍ରୋଲର୍ସ । ସେପଟେ ପ୍ରତିଯୋଗୀଙ୍କ ଦୁଃଖଭରା କାହାଣୀ ଶୁଣି କାନ୍ଦି ପକାଉଥିବା ଜଜ୍‌ଙ୍କ ‘ଓଭର ଦ ଟପ’ ରିଆକ୍ସନ ଉପରେ ଅନେକ ମିମି ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ପ୍ରକାଶ ଥାଉକି ଗତ କିଛି ସପ୍ତାହରୁ ‘ଇଣ୍ଡିଆନ ଆଇଡଲ 12’ ମେକର୍ସଙ୍କ ସହ ଜଜ୍ ଏବଂ ପ୍ରତିଯୋଗୀ ସୋସିଆଲ ମିଡିଆରେ ହଟହଟା ହେଉଆସୁଛନ୍ତି । କିଶୋର କୁମାରଙ୍କ ଏକ ଏପିସୋଡକୁ ନେଇ ୟୁଜର୍ସ ରାଗିଥିବା ବେଳେ ଶୋକୁ ଦୁଇ ପ୍ରତିଯୋଗୀଙ୍କୁ ବାହାର କରିବା ଦାବି ମଧ୍ୟ ହୋଇଥିଲା । ଯାହା ପରଠୁ ଏହି ଶୋ ଚର୍ଚ୍ଚାର ବିଷୟ ପାଲଟିଛି ।

ABOUT THE AUTHOR

...view details