ଓଡିଶା

odisha

By

Published : Dec 26, 2020, 11:14 AM IST

ETV Bharat / sitara

ରାକ୍ଷୀଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ହଟହଟା ହେଲେ ରାହୁଲ

ଛୋଟ ପରଦାର ରିୟାଲିଟି ଶୋ ‘ବିଗବସ 14’ରେ ରାକ୍ଷୀ ଓ ରାହୁଲଙ୍କ ମୁହାଁମୁହିଁ । ବନ୍ଧୁ ସାଜି ହାଉସରେ ଏଣ୍ଟ୍ରି ନେଇଥିବା ଏହି ଯୋଡିଙ୍କ ମଧ୍ୟରେ ଝଗଡା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ‘ବିଗବସ’ ଘରେ ପ୍ରାୟତଃ ବନ୍ଧୁତାକୁ ଶତ୍ରୁତାରେ ପରିଣତ କରୁଥିବା ଦେଖାଯାଏ । ଗତ ସିଜନ ମଧ୍ୟ ସିଦ୍ଧାର୍ଥ ଶୁକ୍ଲା ଏବଂ ଅସୀମ ରିଆଜ ଆରମ୍ଭରେ ପରସ୍ପରର ବହୁତ ଭଲ ବନ୍ଧୁ ଥିଲେ । ହେଲେ ଶୋ ଏପିସୋଡ ବଢିବା ସହିତ ଦୁଇଜଣଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଶତ୍ରୁତା । ସେହିପରି ଏଥର ସିଜନରେ ମଧ୍ୟ ଏମିତି କିଛି ଘଟଣା ଘଟିଛି । ନିକଟରେ ବିଗବସ ହାଉସରୁ ଆଉଟ ହୋଇଥିବା ରାହୁଲ ମହାଜନ ଓ ଡ୍ରାମା କୁଇନ ରାକ୍ଷୀ ସାୱନ୍ତଙ୍କ ମଧ୍ୟରେ ଭୟଙ୍କର ଝଗଡା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ହେଲେ ଏହି ଝଗଡାରେ ରାହୁଲଙ୍କ ଦ୍ବାରା ରାକ୍ଷୀଙ୍କୁ ଦିଆଯାଇଥିବା ଗାଳି ଦର୍ଶକଙ୍କୁ ପସନ୍ଦ ଆସିନାହିଁ । ଯାହାକୁ ଆଧାର କରି ରାହୁଲଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

କଥାଟି ହେଲା ଯେ ବିଗବସ ହାଉସରେ ଏହି ଯୋଡିଙ୍କ ଖୁବ୍ ଝଗଡା ହୋଇଥିଲା । ଏହି ଝଗଡା ମଧ୍ୟରେ ରାକ୍ଷୀଙ୍କୁ ରାହୁଲ ଫାଲତୁ ସେଲିବ୍ରିଟି କହିଥିଲେ । ତାଙ୍କ ଏପରି ବୟାନରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସମସ୍ତେ । ୟଜର୍ସ କମେଣ୍ଟ କରି ରାହୁଲଙ୍କ ଉପରେ ଫାଲତୁ କହିବାରେ ଲାଗିଛନ୍ତି ।

ଜଣେ ୟୁଜର ଲେଖିଛନ୍ତି, ‘ଶସ୍ତା ତ ରାହୁଲ ମହାଜନ । ବନ୍ଧୁ ନାଁରେ କଳଙ୍କ । ରାକ୍ଷୀ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ । ହେଲେ ଏହା ପରିବର୍ତ୍ତେ ସେ ତାଙ୍କୁ ଗାଳି କରିଛନ୍ତି । ଯାହା ଗ୍ରହଣୀୟ ନୁହେଁ । ଦୟା କରି ବିଗବସ ରାହୁଲ ଭଳି ଲୋକଙ୍କୁ କେବେ ବିଗବସ ହାଉସକୁ ଡକାନାହିଁ ।’

ପ୍ରକାଶ ଥାଉକି ରାକ୍ଷୀ ଏବଂ ରାହୁଲ ପରସ୍ପରର ଭଲ ବନ୍ଧୁ ପରି | କିନ୍ତୁ ସେମାନଙ୍କ ମଧ୍ୟରେ ଏହି ଝଗଡା ଦେଖିବା ପରେ ଲାଗୁଛି ଯେ ସେମାନଙ୍କ ବନ୍ଧୁତା ଭାଙ୍ଗିଯାଇଛି । ଏହି ଯୋଡି କିଛି ଦିନ ପୂର୍ବରୁ ବିଗବସ 14ରେ ଏଣ୍ଟ୍ରି କରିଥିଲେ । ଦୁହେଁ ବିଗବସରେ ଚ୍ୟାଲେଞ୍ଜର୍ସ ଭାବରେ ଅନ୍ୟ ସଦସ୍ୟଙ୍କ ସହ ଟାସ୍କରେ ଭାଗ ମଧ୍ୟ ନେଇଥିଲେ । ସେହିପରି ରାକ୍ଷୀ ଓ ରାହୁଲଙ୍କ ବ୍ୟତୀତ ଅର୍ଶୀ ଖାନ, ବିକାଶ ଗୁପ୍ତା ଏବଂ ମନୁ ପଞ୍ଜାବୀ ମଧ୍ୟ ଚ୍ୟାଲେଞ୍ଜର୍ସ ଭାବରେ ଶୋରେ ଏଣ୍ଟ୍ରି କରିଛନ୍ତି ।

ABOUT THE AUTHOR

...view details