ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସବୁଆଡେ ଛାଇ ଯାଇଛି ଦୁଃଖର ବାଦଲ । ସମସ୍ତେ ସୁଶାନ୍ତଙ୍କୁ ମନେ ପକାଇବା ସହ ତାଙ୍କ ପାଇଁ ପୋଷ୍ଟ ମଧ୍ୟ କରୁଛନ୍ତି । ନିକଟରେ ଟିଭି ଅଭିନେତ୍ରୀ ରତନ ରାଜପୁତ ସୋସିଆଲ ମିଡିଆରେ ଏକ ଇମସୋନାଲ ପୋଷ୍ଟ ସେୟାର କରିଛନ୍ତି । ସେ କହିଛନ୍ତି ଯେ ସୁଶାନ୍ତ ମୃତ୍ୟୁ ପରେ ମୋ ମାଆ ମୋତେ ନେଇ ଚିନ୍ତାରେ ଅଛନ୍ତି ।
ସୋସିଆଲ ମିଡିଆରେ ଏନେଇ ସେ ଏକ ଭିଡିଓ ସେୟାର କରିବା ସହ କହିଛନ୍ତି, ସୁଶାନ୍ତଙ୍କ ଆତ୍ମହତ୍ୟାକୁ ସମସ୍ତଙ୍କୁ ହତବାକ୍ କରିଛି । ଏହି ଘଟଣାକୁ ନେଇ ମୋ ମାଆ ମଧ୍ୟ ଅତ୍ୟନ୍ତ ଭୟଭୀତ ହୋଇ ପଡିଛନ୍ତି । ଅନେକ ସମୟରେ ସେ ମୋତେ ଭୟଭୀତ ଦୃଷ୍ଟି ଭଙ୍ଗୀରେ ଚାହିଁ ରହୁଛନ୍ତି । ସେ ଭୟଭୀତ ଅଛନ୍ତି ଯେ ମୁଁ ହୁଏତ ସେହିଭଳି କିଛି ଯନ୍ତ୍ରଣା ଭୋଗୁଥାଇ ପାରେ ଯାହାକି ମୁଁ ତାଙ୍କ ସହ ସେୟାର କରିପାରୁନି ।