ନୂଆଦିଲ୍ଲୀ: ଟିଭି ଅଭିନେତ୍ରୀ ତଥା ‘ବିଗବସ 13’ ପ୍ରତିଯୋଗୀ ରଶ୍ମୀ ଦେସାଇଙ୍କ ଜଲୱା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ତାଙ୍କ ଡ୍ୟାନ୍ସ ଭିଡିଓ ଦିୱାନା କରୁଛି ସମସ୍ତଙ୍କୁ । ଶୁକ୍ରବାର ତାଙ୍କ ଏପରି ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ପାଟିରୁ କେବଳ ବାଃ ବାଃ ବାହାରିଥିଲା । ଆଉ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛନ୍ତି ତାଙ୍କର ଏହି ଧମାକାଦାର ଡ୍ୟାନ୍ସ ଭିଡିଓ ।
ନିକଟରେ ରଶ୍ମୀ ଇନଷ୍ଟାଗ୍ରାମରେ ତାଙ୍କର ଏକ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ଲୁ ରଙ୍ଗର ସ୍ଲିଭଲେସ୍ ଟପ୍ ଏବଂ ସର୍ଟ ସ୍କର୍ଟରେ କାର୍ଡି ବିଙ୍କ ଫେମସ ଗୀତ 'ଅପ୍' ରେ ଧମାକାରଦାର ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ କମେଣ୍ଟ ବକ୍ସରେ ବହୁ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।