ଓଡିଶା

odisha

ETV Bharat / sitara

ଡିଡି ସହ ହାତ ମିଶାଇଲା ପୋଗୋ ଚ୍ୟାନେଲ - ଦୂରଦର୍ଶନରେ ପ୍ରସାରଣ ହେବ ଛୋଟା ଭୀମ

‘ମହାଭାରତ’, ‘ରାମାୟଣ’ ସହ ଏବେ ପିଲାମାନେ ଦେଖିପାରିବେ ନିଜର ଫେଭରେଟ ଶୋ ‘ଛୋଟା ଭୀମ’। ଲକଡାଉନରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଏକାଠି ହେଲା ଡିଡି-ପୋଗୋ ।

pogo collaborates
ଫଟୋ ସୌଜନ୍ୟ: ଟ୍ବିଟର@ପୋଗୋ ଚ୍ୟାନେଲ

By

Published : Apr 17, 2020, 11:08 PM IST

ମୁମ୍ବାଇ: ଲକଡାଉନ ସମୟରେ ଦୂରଦର୍ଶନ ନିଜ ସ୍ବର୍ଣ୍ଣଯୁଗର ଅନେକ ସୁପରହିଟ୍ ସିରିୟଲ ପୁନଃ ପ୍ରସାରଣ କରି ଦର୍ଶକଙ୍କୁ ସରପ୍ରାଇଜ ଦେଇଥିଲା। ଧିରେ ଧିରେ କରି ଏହି ଚ୍ୟାନେଲ ଅନେକ ପୁରୁଣା ସହ ରି-ଟେଲିକାଷ୍ଟ କରିବାରେ ଲାଗିଛି। ଯାହାଦ୍ବାରା ଟିଆରପି ମାମଲାରେ ଦୂରଦର୍ଶନ ସବୁ ରେକର୍ଡ ବର୍ତ୍ତମାନ ଭାଙ୍ଗି ଦେଇଛି।

ଏଯାବତ ଡିଡି କେବଳ ନିଜ ପୁରୁଣା ଶୋକୁ ପୁନଃ ପ୍ରସାରଣ କରୁଥିଲା। ହେଲେ ଏହାର ଲୋକପ୍ରିୟତା ଦେଖି ଛୁଆଙ୍କ ଚ୍ୟାନେଲ ପୋଗୋ ଡିଡି ସହ ହାତ ମିଶାଇଛି । ଆଜ୍ଞା ହଁ, ପୋଗୋର ସବୁଠାରୁ ପପୁଲାର ଶୋ ‘ଛୋଟା ଭୀମ’ ଏବେ ଦୂରଦର୍ଶନ ଚ୍ୟାନେଲରେ ଦେଖିବାକୁ ମିଳିବ।

ମଜାଦାର କଥାଟି ହେଲା ଯେ ଦୂରଦର୍ଶନରେ ଏବେ ମହାଭାରତର ଭୀମ ସହ ‘ଛୋଟ ଭୀମ’ ଦେଖିପାରିବେ ଦର୍ଶକ । ପ୍ରକାଶ ଥାଉକି 2008ରେ ପୋଗୋ ଚ୍ୟାନେଲରେ ‘ଛୋଟା ଭୀମ’ ପ୍ରସାରଣ ହୋଇଥିଲା।

ଶୋ'ଟି କିଛି ଛୋଟ ଛୁଆଙ୍କ କାହାଣୀକୁ ନେଇ ଆଧାରିତ । ପୋଗୋର ଏହି ଶୋ' ମେ 3 ତଥା ଲକଡାଉନ ଶେଷ ହେବା ପର୍ଯ୍ୟନ୍ତ ଡିଡିରେ ଦ୍ବିପହର 1 ଘଟିକାରେ ପ୍ରସାରଣ ହେବ ।

ABOUT THE AUTHOR

...view details