ମୁମ୍ବାଇ:ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଆକସ୍ମିକ ମୃତ୍ୟୁକୁ ୬ ଦିନ ବିତି ଯାଇଛି । ଏହାକୁ ନା ଫ୍ୟାନ୍ସ ବିଶ୍ବାସ କରୁଛନ୍ତି ନା ପରିବାର । ହୃତଘାତରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏହାକୁ ନେଇ ସସପେନ୍ସ ସୃଷ୍ଟି ହୋଇଛି । ସିଦ୍ଧାର୍ଥଙ୍କ ମୃତ୍ୟୁ ନେଇ ମର୍ମାହତ ହୋଇଥିବା ରାକ୍ଷୀ ସାୱନ୍ତ ପ୍ରଶ୍ନ ଉଠାଉଛନ୍ତି ।
ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ସେ କହିଛନ୍ତି ସିଦ୍ଧାର୍ଥଙ୍କ ମୃତ୍ୟୁ ହୃଦଘାତରେ ହୋଇନାହିଁ । ଯାଞ୍ଚ ଆରମ୍ଭରେ ସିଦ୍ଧାର୍ଥଙ୍କର ମୃତ୍ୟୁ ହାର୍ଟ ଆଟାକ ପାଇଁ ହୋଇଥିବା କୁହାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟ ରିଜର୍ଭ ରଖାଯାଇଥିଲା । ଫରେନ୍ସିକ ଟିମକୁ ଏଥିରେ ଅବହେଳା କରିବା କଥା ନୁହେଁ ବୋଲି କହିଛନ୍ତି ରାକ୍ଷୀ ।
ରାକ୍ଷୀ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ସେ ସିନ୍ଦୁର ଲଗାଇଛନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁ ମୋତେ ଦୋହଲାଇ ଦେଇଛି । ମୁଁ ଜାଣିବାକୁ ପାଇଛି ଯେ ସିଦ୍ଧାର୍ଥଙ୍କର ହାର୍ଟ ଆଟାକରେ ମୃତ୍ୟୁ ହୋଇନାହିଁ । ସାଢେ ୩ ଘଣ୍ଟା ଧରି ସିଦ୍ଧାର୍ଥଙ୍କ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ବହୁ ଏକ୍ସପର୍ଟ ଡାକ୍ତର ଉପସ୍ଥିତ ଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହାର୍ଟ ଆଟାକ୍ ଯୋଗୁଁ ହୋଇ ନ ଥିବା କହିଛନ୍ତି ଡାକ୍ତର । ଏବେ ଆହୁରି ବହୁତ ଟେଷ୍ଟ ପାଇଁ ପଠାଯାଇଛି । ମୁଁ ବହୁତ ଚିନ୍ତିତ ବୋଲି କହିଛନ୍ତି ରାକ୍ଷୀ ।