ଓଡିଶା

odisha

ETV Bharat / sitara

ସୀତାଙ୍କ ବିବାହରେ ସୁପରଷ୍ଟାର ରାଜେଶ ଖାନ୍ନା, ଦେଖନ୍ତୁ ଫଟୋ - ସୀତାଙ୍କ ବିବାହରେ ସୁପରଷ୍ଟାର ରାଜେଶ ଖାନ୍ନା

ପୁଣ ଚର୍ଚ୍ଚାରେ ‘ରାମାୟଣ’ର ସୀତା । ଭାଇରାଲ ହେଲା ତାଙ୍କ ବିବାହ ଫଟୋ । ଯେଉଁଥିରେ ନଜର ଆସିଲେ ଲୋକପ୍ରିୟ ଅଭିନେତା ରାଜେଶ ଖାନ୍ନା।

rajesh khanna
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Apr 25, 2020, 1:23 PM IST

ମୁମ୍ବାଇ: 80 ଦଶକର ଲୋକପ୍ରିୟ ଧାରାବାହିକ ‘ରାମାୟଣ’ ପୁନଃ ପ୍ରସାରଣକୁ ଏକ ମାସ ପୂରଣ ହୋଇଛି । ଗତ ଶନିବାର ଏହାର ଶେଷ ଏପିସୋଡ ଦେଖିବାକୁ ପାଇଥିଲେ ଦର୍ଶକ । ରାବଣ ବଧ ସହ ଶେଷ ହୋଇଥିଲା ଧାରାବାହିକ । ହେଲେ ଏଥିରେ ମାତା ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଦୀପିକା ଚିଖଲିୟାଙ୍କୁ ନେଇ ଇତିମଧ୍ୟରେ ଅନେକ ମଜାଦାର କାହାଣୀ ସାମ୍ନାକୁ ଆସିସାରିଲାଣି।

ଏବେ ତାଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଦୀପିକାଙ୍କ ଜୀବନ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଥିଲା। ଧାରାବାହିକର ଲୋକପ୍ରିୟତାର କିଛି ବର୍ଷ ପରେ 1991ରେ ଦୀପିକା ଗୁଜରାଟ ବିଜନେସମ୍ୟାନ ହେମନ୍ତ ଟୋପିୱାଲାଙ୍କୁ ବିବାହ କରିଥିଲେ। ହେଲେ ସବୁଠାରୁ ମଜାଦାର କଥା ହେଲା ଯେ ତାଙ୍କ ବିବାହ ରିସେପ୍ସନରେ ବଲିଉଡର ସୁପରଷ୍ଟାର ରାଜେଶ ଖାନ୍ନା ସାମିଲ ହୋଇଥିଲେ ।

ବର୍ତ୍ତମାନ ତାଙ୍କ ଫ୍ୟାନକ୍ଲବ ପେଜରେ ଏହି ପୁରୁଣା ଫଟୋ ଦେଖିବାକୁ ମିଳୁଛି। ଦେଖନ୍ତୁ ଦୀପିକାଙ୍କ ରିସେପ୍ସନ ଫଟୋ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ପ୍ରକାଶ ଥାଉକି ଦୀପିକାଙ୍କ ସ୍ବାମୀ ହେମନ୍ତଙ୍କ କସ୍ମେଟିକ କମ୍ପାନୀ। ତାଙ୍କର ଦୁଇ ଝିଅ ଜୁହି ଓ ନିଧି। ଦୀପିକା ପ୍ରାୟତଃ ନିଜ ପରିବାର ସହ ସୋସିଆଲ ମିଡିଆରେ ଫଟୋ ସେୟାର କରୁଥିବାର ନଜର ଆସନ୍ତି।

ABOUT THE AUTHOR

...view details