ଓଡିଶା

odisha

By

Published : Mar 26, 2020, 9:54 AM IST

ETV Bharat / sitara

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲକୁ ମିଳିଥିଲା କ୍ରିକେଟରଙ୍କ ସମର୍ଥନ

କ୍ରିକେଟର ସଚିନ ଟ୍ୱିଟ୍ କରି କହିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମକୁ 21 ଦିନ ଘରେ ରହିବାକୁ କହିଛନ୍ତି । ଏହି ସରଳ କାର୍ଯ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରିବ । ଆହୁରି ପଢନ୍ତୁ...

Prime Minister Modi's appeal got support from veteran cricketers
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆବେଦନକୁ ମିଳିଥିଲା କ୍ରିକେଟରଙ୍କ ସମର୍ଥନ

ନୂଆଦିଲ୍ଲୀ: ଗଡ ଅଫ କ୍ରିକେଟ କୁହାଯାଉଥିବା ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲି କୋରୋନା ଭାଇରସ ସହ ଲଢିବା ସମୟରେ ଘର ଭିତରେ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆବେଦନକୁ ମିଳିଥିଲା କ୍ରିକେଟରଙ୍କ ସମର୍ଥନ

ଉଲ୍ଲେଖନୀୟ କଥା ହେଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 21 ଦିନ ପର୍ଯ୍ୟନ୍ତ ସାରା ଦେଶରେ କୋରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଏନେଇ ଆମକୁ 21 ଦିନ ଘରେ ରହିବାକୁ ପଡିବ । ଏହି ସରଳ କାର୍ଯ୍ୟ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିପାରିବ।

କ୍ରିକେଟର ଗାଙ୍ଗୁଲି ସମସ୍ତଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି । ସେ ଟ୍ୱିଟରରେ 45 ସେକେଣ୍ଡର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କହିଛନ୍ତି, "ମୋର ଦେଶବାସୀ ତଥା ବିଶ୍ବର ନାଗରିକ, ସରକାର ଯାହା କହୁଛନ୍ତି ଶୁଣନ୍ତୁ, ଏବଂ ସରକାରଙ୍କ ନିର୍ଦ୍ଦେଶକୁ ଅନୁସରଣ କରନ୍ତୁ । ଘରେ ସୁରକ୍ଷିତ ରୁହନ୍ତୁ ।

ଭାରତୀୟ ଅଧିନାୟକ କୋହଲି କହିଛନ୍ତି, "ଯେହେତୁ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଘୋଷଣା କରିଛନ୍ତି, ଆମକୁ 21 ଦିନ ଘରେ ରହିବାକୁ ପଡିବ। ମୋର ଅନୁରୋଧ ଦୟାକରି ସମସ୍ତେ ଘରେ ରୁହନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details