ମୁମ୍ବାଇ: ଟିଭିର ପପୁଲାର ଅଭିନେତ୍ରୀ ହିନା ଖାନଙ୍କ ଘରେ ଶୋକର ଛାୟା । ପିତାଙ୍କ ଦେହାନ୍ତରେ ଭାଙ୍ଗି ପଡିଛନ୍ତି ଅଭିନେତ୍ରୀ । ମୁମ୍ବାଇ ନିବାସରେ ଶେଷ ନିଶ୍ବାସ ତ୍ୟାଗ କଲେ ପିତା। ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି।
ପରଲୋକରେ ହିନା ଖାନଙ୍କ ପିତା - ପପୁଲାର ଅଭିନେତ୍ରୀ ହିନା ଖାନଙ୍କ ନ୍ୟୁଜ
ହୃଦଘାତରେ ହିନା ଖାନଙ୍କ ପିତାଙ୍କ ଦେହାନ୍ତ । ଶୋକସନ୍ତପ୍ତ ପରିବାର । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ହିନା ପ୍ରାୟତଃ ସୋସିଆଲ ମିଡିଆରେ ପିତାଙ୍କ ସହ ଅନେକ ପୋଷ୍ଟ କରୁଥିବାର ନଜର ଆସନ୍ତି। ଯେଉଁଥିରେ ବାପା-ଝିଅଙ୍କ ଭଲ ବଣ୍ଡିଂ ଦେଖିବାକୁ ମିଳେ । କିଛି ଦିନ ପୂର୍ବରୁ ପୁରା ପରିବାର ସହ ସମୟ ବିତାଇବାକୁ ମାଳଦ୍ବୀପ ଯାଇଥିଲେ ଅଭିନେତ୍ରୀ ।
ସେପଟେ ଏଯାବତ ପିତାଙ୍କ ଦେହାନ୍ତକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ସେ। ନା ସୋସିଆଲ ମିଡିଆରେ କୌଣସି ପୋଷ୍ଟ ସେୟାର କରିଛନ୍ତି । ହେଲେ ଫ୍ୟାନ୍ସ ଏହି ଦୁଃଖ ଖବର ଶୁଣି ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଆରମ୍ଭ କରିଦେଇଛନ୍ତି ।