ମୁମ୍ବାଇ: ଟିଭିର ଫେମସ ଅଭିନେତ୍ରୀ ହିନା ଖାନଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଯାହାକୁ ନେଇ ଖୁସି ତାଙ୍କ ଫ୍ୟାନ୍ସ । ସେହିପରି ନିକଟରେ ପିତାଙ୍କୁ ହରାଇ ଭାଙ୍ଗିପଡିଥିଲେ ଅଭିନେତ୍ରୀ । ହେଲେ ଏବେ କୋରୋନା ମୁକ୍ତ ହୋଇ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ଲାଇଭ୍ ସେଶନ କରିଛନ୍ତି ସେ । ମୁଖ୍ୟ କଥା ହେଲା ଯେ ସେ ଏହି ଲାଇଭ୍ ସେଶନରେ ନିଜ ସ୍ବର୍ଗତ ପିତାଙ୍କ ଟି-ସାର୍ଟ ପିନ୍ଧିଥିବାର ନଜର ଆସୁଛନ୍ତି।
କୋରୋନାକୁ ମାତ୍ ଦେଲେ ହିନା, ପିତାଙ୍କ ଟି-ସାର୍ଟରେ ଆସିଲେ ନଜର - ହିନା ଖାନଙ୍କ କୋରୋନା ରିପୋର୍ଟ ନେଗେଟିଭ
ନିକଟରେ କୋରୋନା ସଂକ୍ରମିତ ହୋଇଥିଲେ ହିନା ଖାନ । ଏବେ ସେ ସୁସ୍ଥ ଅଛନ୍ତି ବୋଲି ଫ୍ୟାନ୍ସଙ୍କୁ ଦେଲେ ସୂଚନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ
ସେ ଇନଷ୍ଟାଗ୍ରାମରେ ଲାଇଭ ସେଶନରେ ଜଣାଇଛନ୍ତି ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଆଉ ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି । ହେଲେ ଟିକେ ଦୁର୍ବଳ ଅନୁଭବ କରୁଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ତାଙ୍କୁ ଆଉ କିଛି ଦିନ ସମୟ ଲାଗିବ ।
ସେହିପରି ସେ ପିତାଙ୍କ ବିଷୟରେ ଆଲୋଚନା କରି କହିଛନ୍ତି, ‘ମୁଁ ଡ୍ୟାଡିଙ୍କ ମଜବୁତ ଝିଅ ।’ ପ୍ରକାଶ ଥାଉକି ଗତ ଏପ୍ରିଲ 21 ତାରିଖରେ ହିନାଙ୍କ ପିତା ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଥିଲା ।