ଓଡିଶା

odisha

ETV Bharat / sitara

ବୟଫ୍ରେଣ୍ଡଙ୍କୁ କ୍ଷମା ମାଗିଲେ ଅଙ୍କିତା ! - ବୟଫ୍ରେଣ୍ଡ ବିକ୍କୀ ଜୈନଙ୍କ ପ୍ରଶଂସାରେ ଅଙ୍କିତା

ଭାଇରାଲ ହେଲା ଅଙ୍କିତାଙ୍କ ନୂଆ ପୋଷ୍ଟ । ବୟଫ୍ରେଣ୍ଡଙ୍କୁ ନେଇ ସେୟାର କଲେ ଅନେକ କଥା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Nov 3, 2020, 11:06 AM IST

ମୁମ୍ବାଇ: ଏବେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ନଜର ଆସୁଛନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ତଥା ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ସେ ପ୍ରାୟତଃ ନିଜ ସହ ସମ୍ପୃକ୍ତ ଥିବା ଜିନିଷ ଫ୍ୟାନ୍ସଙ୍କ ସହ ସେୟାର କରୁଛନ୍ତି । ହେଲେ ଏଥର ସେ କଥିତ ବୟଫ୍ରେଣ୍ଡ ବିକ୍କୀ ଜୈନଙ୍କ ପ୍ରଶଂସା ସୋସିଆଲ ମିଡିଆରେ କରିବା ସହ ତାଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି । ଯାହାକୁ ନେଇ ଆଶ୍ଚର୍ଯ୍ୟ ଫ୍ୟାନ୍ସ । ତେବେ ଆସନ୍ତୁ ଜାଣିବା ସେ କାହିଁକି ବିକ୍କୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

କଥାଟି ହେଲା ଯେ ସୋମବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଥିଲେ, ‘ମୁଁ କୌଣସି ଶବ୍ଦ ପାଉନାହିଁ ତୁମ ପାଇଁ ନିଜ ଅନୁଭୂତି ସେୟାର କରିବାକୁ । କେବଳ ଗୋଟିଏ କଥା ମୋ ମନରେ ଆସୁଛି ଯେତେବେଳେ ନିଜକୁ ତୁମ ସାଥିରେ ଦେଖୁଛି ଆଉ ତୁମ ଭଳି ବନ୍ଧୁ ମୋ ଜୀବନରେ ଦେବା ପାଇଁ ମୁଁ ଭଗବାନଙ୍କ ପାଖରେ ଋଣି । ପାର୍ଟନର ଓ ଆତ୍ମାର ସାଥୀ ତୁମେ । ମୋ ପାଇଁ ସର୍ବଦା ଉପସ୍ଥିତ ଥିବା ହେତୁ ଧନ୍ୟବାଦ । ମୋର ସମସ୍ତ ସମସ୍ୟାକୁ ତୁମର କରିଥିବାରୁ ଏବଂ ଯେତେବେଳେ ମୁଁ ତୁମକୁ ଆବଶ୍ୟକ କରେ ମୋତେ ସାହାଯ୍ୟ କରିଥିବାରୁ ଧନ୍ୟବାଦ । ମତେ ସମର୍ଥନ କରୁଥିବାରୁ ଧନ୍ୟବାଦ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମୋତେ ଏବଂ ମୋ ପରିସ୍ଥିତିକୁ ବୁଝୁଥିବାରୁ ଧନ୍ୟବାଦ ଏବଂ ମୁଁ ଦୁଃଖିତ କାରଣ ମୋ ପାଇଁ ତୁମକୁ ସମାଲୋଚନାର ସାମ୍ନା କରିବାକୁ ପଡୁଛି ଯାହା ତୁମ ପାଇଁ ଆଦୌ ଠିକ୍ କଥା ନୁହେଁ । ଶବ୍ଦଗୁଡ଼ିକ କମ ହୋଇଯାଏ କିନ୍ତୁ ଏହି ବନ୍ଧନ ସବୁବେଳେ ରହିବ। ଆଇ ଲଭ ୟୁ ।’

ଏହି ପୋଷ୍ଟ ବ୍ୟତୀତ ସେ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ସହ ବିକ୍କୀ ନଜର ଆସୁଛନ୍ତି । ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚରେ ସମର୍ଥନ କରୁଥିବାରୁ ବିକ୍କୀଙ୍କୁ ଟ୍ରୋଲ କରିଥିଲେ ୟୁଜର୍ସ । କାରଣ ସୁଶାନ୍ତ ଓ ଅଙ୍କିତା ପରସ୍ପର ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ରିଲେସନଶିପରେ ଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details