ଓଡିଶା

odisha

ETV Bharat / sitara

ମାଳଦ୍ବୀପରେ ଆନିଭର୍ସାରୀ ପାଳିଲେ ଧୀରଜ-ବିନି - ଧୀରଜ ଦୂପର ଓ ବିନି ଅରୋରାଙ୍କ ଚତୁର୍ଥ ବିବାହ ବାର୍ଷିକ

ଭାଇରାଲ ହେଲା ଧୀରଜ-ବିନିଙ୍କ ରୋମାଣ୍ଟିକ ଫଟୋ । ମାଳଦ୍ବୀପରେ ଛୁଟି ଏନଜୟ କରୁଛନ୍ତି ଏହି ଯୋଡି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ଯ: ଇନଷ୍ଟାଗ୍ରାମ@ଧୀରଜ ଧୂପର
ଫଟୋ ସୌଜନ୍ଯ: ଇନଷ୍ଟାଗ୍ରାମ@ଧୀରଜ ଧୂପର

By

Published : Nov 17, 2020, 9:03 AM IST

Updated : Nov 17, 2020, 9:20 AM IST

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତା ଧୀରଜ ଦୂପର ଓ ବିନି ଅରୋରା ନଭେମ୍ବର 16, 2016 ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସୋମବାର ଏହି ଯୋଡି ନିଜର ଚତୁର୍ଥ ବିବାହ ବାର୍ଷିକ ଧୁମଧାମରେ ସେଲିବ୍ରେଶନ କରିଛନ୍ତି । ଯାହାର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ମାଳଦ୍ବୀପରେ ସମୟ ବିତାଉଥିବା ଏହି ଯୋଡି ଫ୍ୟାନ୍ସଙ୍କ ପାଇଁ କିଛି କଲରଫୁଲ୍ ଫଟୋ ପୋଷ୍ଟ କରି ଏବେ ଚର୍ଚ୍ଚାରେ । ଯେଉଁଥିରେ ଦୁଇଜଣଙ୍କ ରୋମାନ୍ସ ଦେଖିବାକୁ ମିଳୁଛି ।

ଧୀରଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଛନ୍ତି, ‘ଏହି ଫଟୋଗୁଡ଼ିକ ପରି ମୋ ଜୀବନକୁ ରଙ୍ଗୀନ ଏବଂ ସୁନ୍ଦର କରିଥିବାରୁ ଧନ୍ୟବାଦ । ବିବାହ ବାର୍ଷିକୀର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ୱାଇଫ୍ ।’

ସେପଟେ ବିନି ମଧ୍ୟ ରୋମାଣ୍ଟିକ ଫଟୋ ପୋଷ୍ଟ କରି କ୍ୟାପସନରେ ସ୍ବାମୀଙ୍କ ପାଇଁ ପ୍ରେମ ପ୍ରକାଶ କରିଛନ୍ତି । ଆଉ ଲେଖିଛନ୍ତି, ‘ଉପଯୁକ୍ତ କାନ୍ଧ ପାଇଥିବାରୁ ମୋ ଭାଗ୍ୟବାନ । ବିବାହ ବାର୍ଷିକୀ ଶୁଭେଚ୍ଛା ବେବି, ମୁଁ ତୁମକୁ ବହୁତ ଭଲ ପାଏ ।’

ଗତ ବର୍ଷ ଧୀରଜ ଓ ବିନିଙ୍କ ରିଲେସନସିପକୁ 10 ବର୍ଷ ପୂରଣ ହୋଇଥିଲା । ଏହି ଅବସରରେ ଧୀରଜ ଏକ ସାକ୍ଷାତକାରରେ କହିଥିଲେ, ‘ଦଶ ବର୍ଷ ପୂର୍ବେ ମୁଁ ମୋ ପତ୍ନୀଙ୍କୁ ଭେଟିଥିଲି । ଏହା ବ୍ୟକ୍ତିଗତ ଭାବେ ମୋ ପାଇଁ ବଡ଼ ସଫଳତା ପରି । ସେ ମୋ ଜୀବନରେ ଆସିବା ପରଠୁ ସବୁ କିଛି ବଦଳି ଯାଇଥିଲା । ମୁଁ ତାଙ୍କ ପାଇଁ ଅଧିକ ପରିପକ୍ବ ହୋଇଗଲି । ।’

ପ୍ରକାଶ ଥାଉକି ଏହି ଯୋଡି ପ୍ରଥମେ ଟିଭି ସିରିୟଲ ‘ମାତା ପିତା କେ ଚରନୋ ମେ ସ୍ବର୍ଗ’ ସେଟରେ ଦେଖା ହୋଇଥିଲେ । ପରେ ଦୁଇଜଣଙ୍କ ମଧ୍ୟରେ ଗଢି ଉଠିଥିଲା ବନ୍ଧୁତା । ଆଉ ନିଜ ଭଲ ପାଇବାକୁ ସାକାର କରିବା ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

Last Updated : Nov 17, 2020, 9:20 AM IST

ABOUT THE AUTHOR

...view details