ଓଡିଶା

odisha

ETV Bharat / sitara

ଆଉ ନାହାନ୍ତି ପ୍ରତିଜ୍ଞା ସିରିୟଲର ‘ଠାକୁର ସଜ୍ଜନ ସିଂହ’ - ପ୍ରତିଜ୍ଞା ସିରିଏଲ

ଆଉ ନାହାନ୍ତି ପ୍ରସିଦ୍ଧ ଟେଲିଭିଜନ ଓ ବଲିଉଡ କଳାକାର ଅନୁପମ ଶ୍ୟାମ । ୬୩ ବର୍ଷ ବୟସରେ ମୁମ୍ବାଇରେ ରବିବାର ରାତି ପ୍ରାୟ ୮ଟାରେ ତାଙ୍କର ଦେହାନ୍ତ ହୋଇଛି । ଅଧିକ ପଢନ୍ତୁ...

ଆଉ ନାହାନ୍ତି  ଅନୁପମ ଶ୍ୟାମ
ଆଉ ନାହାନ୍ତି ଅନୁପମ ଶ୍ୟାମ

By

Published : Aug 9, 2021, 7:44 AM IST

ମୁମ୍ବାଇ: ଆଉ ନାହାନ୍ତି ପ୍ରସିଦ୍ଧ ଟେଲିଭିଜନ ଓ ବଲିଉଡ କଳାକାର ଅନୁପମ ଶ୍ୟାମ । ୬୩ ବର୍ଷ ବୟସରେ ମୁମ୍ବାଇରେ ରବିବାର ରାତି ପ୍ରାୟ ୮ଟାରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଅକାମି ହୋଇଥିବାରୁ ସେ ଚିକିତ୍ସିତ ହେଉଥିଲେ । ଦିନକୁ ଦିନ ଶରୀର ଅଧିକ ବିଗିଡିବାରୁ ତାଙ୍କର ମୃତ୍ୟୁ ହୋଇଛି ।

ତାଙ୍କ ଅଭିନୟ ଥିଲା ଖୁବ ଚମତ୍କାର । ଅନେକ ବଲିଉଡ ଫିଲ୍ମ ଓ ପପୁଲାର ଟିଭି ଶୋ ‘ମନ କି ଆବାଜ ପ୍ରତିଜ୍ଞା’ରେ ଠାକୁର ସଜ୍ଜନ ସିଂହର ଭୂମିକା ତାଙ୍କୁ ଦେଇଥିଲା ଆହୁରି ଅଧିକ ପ୍ରଶଂସା । ନିକଟରେ ପ୍ରତିଜ୍ଞା ସିରିଏଲର ଦ୍ବିତୀୟ ସିଜିନରେ ସୁଟିଙ୍ଗ କରୁଥିଲେ ଅନୁପମ । ଆଗରୁ ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ରହିଥିଲା । ମୁମ୍ବାଇର ଲାଇଫ ଲାଇନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେ ।

ଦସ୍ତକ, ହଜାର ଚୌରାସି କି ମା, ଦୁସମନ, ଦିଲ ସେ, ଜଖମ, ସଂଘର୍ଷ, ଲଗାନ, ନାୟକ, ଶକ୍ତି, ପାପ,ଜିଜ୍ଞାସା, ରାଜ, ଅବା, ୱାଣ୍ଟେଡ, କଜରାରେ ଓ ମୁନ୍ନା ମାଇକେଲ ଭଳି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟର ଛାପ ଛାଡିଛନ୍ତି । ଏହା ସହିତ ସେ ଟିଭି ସିରିଏଲର ମଧ୍ୟ ଅଶଂ ଥିଲେ । ତାଙ୍କୁ ପ୍ରତିଜ୍ଞା ସିରିଏଲ ଦେଇଥିଲା ଅଧିକ ପରିଚୟ । ତାଙ୍କର ଏହି ଭୂମିକା ପାଇଁ ତାଙ୍କୁ ଅନେକ ନକଲ କରିଥିଲେ । ଅନେକ ତାଙ୍କ ଭଳି ନିଶ ରଖି ଠାକୁର ସଜନ୍ନ ସିଂହ ସ୍ବରରେ କଥାବାର୍ତ୍ତା କରୁଥିଲେ । ଅନେକ ବଡ ବଡ ଫିଲ୍ମ ଓ ପ୍ରୋଜେକ୍ଟରେ କାମ କରିଛନ୍ତି ଅନୁପମ ଶ୍ୟାମ ।

ଦେହ ଖରାପ ଥିଲେ ବି ଶେଷ ସମୟରେ ବି ଅଭିନୟ କରିବା ଛାଡି ନଥିଲେ । ଲାଗି ରହିଥିଲା ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ମନୋରଞ୍ଜନ ଜଗତ ସହିତ ଜଡିତ ସମସ୍ତେ ତାଙ୍କୁ ସହାୟତା କରିଥିଲେ । ହେଲେ ଏଥର ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅଭିନେତା ଅନୁପମ ଶ୍ୟାମ । ତାଙ୍କ ବିୟୋଗରେ ସିନେମା ଜଗତଠୁ ନେଇ ସିରିଏଲ ଜଗତରେ ଶୋକର ଛାୟା ଖେଳିଯାଇଛି ।

@ANI

ABOUT THE AUTHOR

...view details