ଓଡିଶା

odisha

By

Published : Jun 29, 2021, 2:09 PM IST

ETV Bharat / sitara

‘Indian idol 12’ ପ୍ରତିଯୋଗୀ ସବାଇଙ୍କ ଖୋଲିଲା ଭାଗ୍ୟ, ହିମେଶ ଦେଲେ ସୁଯୋଗ

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ମ୍ୟୁଜିକ ଆଲବମ ‘ହିମେଶ କେ ଦିଲ ସେ’ର ପ୍ରଥମ ଗୀତ । ଯାହାକୁ ଗାଇଛନ୍ତି ‘ଇଣ୍ଡିଆନ ଆଇଡଲ 12’ ପ୍ରତିଯୋଗୀ ସବାଇ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସିଙ୍ଗି ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ 12’ରେ ଜଜ୍ ଭୂମିକାରେ ନଜର ଆସୁଥିବା ଫେମସ ଗାୟକ ହିମେଶ ରେଶମିୟା ଧିରେ ଧିରେ କରି ଅନେକ ଗାୟକ, ଗାୟିକାଙ୍କୁ ସଙ୍ଗୀତ ଦୁନିଆରେ ଲଞ୍ଚ କରିବାରେ ଲାଗିଛନ୍ତି । ନିକଟରେ ଶୋର ଦୁଇ ପ୍ରତିଯୋଗୀ ପୱନଦୀପ ରାଜନ ଓ ଅରୁଣିମା କାଞ୍ଜିଲାଲଙ୍କୁ ନିଜ ମ୍ୟୁଜିକ ଭିଡିଓ ତେରେ ବଗୈର ଜରିଆରେ ସଙ୍ଗୀତ ଦୁନିଆରେ ଲଞ୍ଚ କରାଇଥିଲେ । ଏବେ ଆଉ ଜଣେ ପ୍ରତିଯୋଗୀଙ୍କୁ ବ୍ରେକ ଦେଇ ସେ ଚର୍ଚ୍ଚାରେ ।

ଆଜ୍ଞା ହଁ, ‘ଏଥର ସେ ପ୍ରତିଯୋଗୀ ସବାଇ ଭଟ୍ଟ(sawai bhatt)ଙ୍କୁ ନିଜ ମ୍ୟୁଜିକ ଭିଡିଓରେ ସାମିଲ କରିଛନ୍ତି । ଏହାର ସୂଚନା ସେ ଇନଷ୍ଟାଗ୍ରାମରେ ଦେଇଛନ୍ତି । ସେ ଏକ ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ସୁରୁର 2021 ଟାଇଟେଲ ଟ୍ରାକ ଏବଂ ତେରେ ବଗୈର ପର ମୁଁ ଆଉ ଏକ ମ୍ୟୁଜିକ ଆଲବମ ହିମେଶ କେ ଦିଲ ସେ ଲଞ୍ଚ କରିବାକୁ ଯାଉଛି । ଯାହାର କମ୍ପୋଜ ମୁଁ କରିଛି । ସେହିପରି ଏହାର ପ୍ରଥମ ଗୀତ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି । ଯାହାକୁ ଗାଇଛନ୍ତି ସବାଇ ଭଟ୍ଟ ।’

ପ୍ରକାଶ ଥାଉକି ନିକଟରେ ରିଲିଜ ହୋଇଥିବା ହିମେଶଙ୍କ ‘ତେରେ ବଗୈର’ ଗୀତକୁ ଏଯାବତ 12 ମିଲିୟନରୁ ଅଧିକ ଭ୍ୟୁ ମିଳିସାରିଲାଣି ।

ABOUT THE AUTHOR

...view details