ଓଡିଶା

odisha

ETV Bharat / sitara

ପୁଣି ଘରେଘରେ ବାଜିବ ‘ତାରକ ମେହତା କା ଉଲଟା  ଚଷମା’ ଏପିସୋଡ, ହସିବେ ବୁଢାଠୁ ଛୁଆ - ଖୁବଶୀଘ୍ର ଦର୍ଶକଙ୍କୁ ହସାଇବେ ‘ତାରଖ ମେହତା କା ଉଲ୍ଟା ଚଷମା’ ଷ୍ଟାର୍ସ

ଘୋଷଣା ହେଲା ‘ତାରଖ ମେହତା କା ଉଲ୍ଟା ଚଷମା’ର ନୂଆ ଏପିସୋଡ ପ୍ରସାରଣ ତାରିଖ। ଦୀର୍ଘ ସମୟରୁ ବନ୍ଦ ଥିଲା ଏହାର ସୁଟିଂ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

By

Published : Jul 15, 2020, 5:11 PM IST

ମୁମ୍ବାଇ: ଟିଭିର ପପୁଲାର ଶୋ ‘ତାରକ ମେହତା କା ଉଲଟା ଚଷମା’ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଜ । ପାଖାପାଖି 115 ଦିନ ପରେ ଶୋର ସୁଟିଂ ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଏକ୍ସାଇଡେଟ ଦର୍ଶକ । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ଏହାର ନୂଆ ଏପିସୋଡ ଖୁବଶୀଘ୍ର ପ୍ରସାରିତ ହେବାକୁ ଯାଉଛି । ଆଜ୍ଞା ହଁ, ଏମାସ 22 ତାରିଖରେ ପ୍ରସାରିତ ହେବ ନୂଆ ଏପିସୋଡ । ଯାହା ଦର୍ଶକଙ୍କୁ ଖୁବ୍ ହସାଇବ।

ଏହାପୂର୍ବରୁ ଶୋ ସୁଟିଂ ହେବାର କିଛି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଫେସ ସିଲ୍ଡ ଓ ମାସ୍କ ସହ ସେଟରେ କ୍ରୁ ମେମ୍ବର ନଜର ଆସୁଥିଲେ । ସେଟରୁ ଫଟୋ ଗୁଡିକ ଶୋର ନିର୍ଦ୍ଦେଶକ ମାଲବ ରାଜଦା ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

ଏଥର ମଧ୍ୟ ନୂଆ ଏପିସୋଡରେ ସେହି ମଦାଜାର କାହାଣୀ, ପଜିଡିଭିଟି ଓ ଗୋକୁଲଧାମ ସୋସାଇଟିର ଲୋକଙ୍କ ପ୍ରେମ ଦେଖିବାକୁ ପାଇବେ ଦର୍ଶକ । ପ୍ରକାଶ ଥାଉକି ଏମାସ 28 ତାରିଖରେ ଶୋକୁ 12 ବର୍ଷ ପୂରଣ ହେବାକୁ ଯାଉଛି । ଯାହାକୁ ନେଇ ଖୁସି ଷ୍ଟାର-କାଷ୍ଟ।

For All Latest Updates

TAGGED:

ABOUT THE AUTHOR

...view details