ମୁମ୍ବାଇ: ଭାରତ-ଚୀନ ସୀମା ମଧ୍ୟରେ ଲାଗି ରହିଥିବା ବିବାଦ ବଢିବାରେ ଲାଗିଛି । ଏହି ଲଢେଇରେ 20 ଯବାନ ଶହୀଦ ହେବାକୁ ନେଇ କ୍ରୋଧିତ ପୁରା ଦେଶବାସୀ । ଏହାକୁ ଦୃଷ୍ଟିରେ ରଖି ସରକାର ଚୀନର 59 ଆପକୁ ଭାରତରେ ବ୍ୟାନ କରିଦେଇଛନ୍ତି । ଯେଉଁଥିରେ ସାମିଲ ଅଛି ଟିକଟକ, ୟସି ବ୍ରାଉଜର, ୟୁସି ନ୍ୟୁଜ ଭଳି ଆପ । ସରକାରଙ୍କ ଏହି ନିଷ୍ପତ୍ତିକୁ ଜନସାଧାରଣଙ୍କଠୁ ନେଇ ସେଲିବ୍ରିଟି ମଧ୍ୟ ସମର୍ଥନ କରୁଛନ୍ତି । ଇତିମଧ୍ୟରେ ଫେମସ ହରିୟାଣୀ ଡାନ୍ସର ତଥା ବିଗ ବସ ପ୍ରତିଯୋଗୀ ସପନା ଚୌଧୁରୀଙ୍କ ବୟାନ ସାମ୍ନାକୁ ଆସିଛି ।
ଟିକଟକ ବ୍ୟାନକୁ ନେଇ କଣ କୁହନ୍ତି ସପ୍ନା ଚୌଧୁରୀ - ବିଗ ବସ ପ୍ରତିଯୋଗୀ ସପନା ଚୌଧୁରୀଙ୍କ ବୟାନ
ଭିଡିଓ ସେୟାର କରି ଚର୍ଚ୍ଚାରେ ଫେମସ ଡାନ୍ସର ସପନା । ଏଥର ସେ କୌଣସି ଡାନ୍ସ ଭିଡିଓ ନୁହେଁ ବରଂ ସରକାରଙ୍କ ପ୍ରଶଂସା କରୁଥିବାର ନଜର ଆସୁଛନ୍ତି ।
ସେ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି । ସପନା ନିଜେ ମଧ୍ୟ ଟିକଟକ ବ୍ୟବହାର କରୁଥିଲେ । ଆଉ ତାଙ୍କର ଲକ୍ଷାଧିକ ଫଲୋଅର୍ସ ଥିଲେ । ସେ ନିଜ ବୟାନରେ କହିଛନ୍ତି ଦେଶଠୁ ବଡ କିଛି ନୁହେଁ ।
ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କହିଛନ୍ତି, ‘ଟିକଟକ ସମେତ 59ଟି ଆପକୁ ସରକାର ବ୍ୟାନ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ମୁଁ ସମ୍ପୂର୍ଣ୍ଣ ପ୍ରଶଂସା କରୁଛି । ଯାହା ଦେଶ ପାଇଁ ଭଲ ନିଷ୍ପତ୍ତି । ଏହାସହ ଯେଉଁମାନେ ଏହି ନିଷ୍ପତ୍ତିର ବିରୋଧ କରୁଛନ୍ତି ସେମାନଙ୍କୁ ମୁଁ ବୁଝାଇବାକୁ ଚାହୁଁଛି । ଆମେ ଚୀନ ଆପ ବ୍ୟବହାର କରୁଛେ, ଯାହାଦ୍ବାରା ଚୀନକୁ ଫଣ୍ଡ ଯାଉଛି । କୋଟି କୋଟି ଟଙ୍କା ଭାରତରୁ ଚୀନ ଲାଭ କରୁଛି । ଆଉ ସେହି ଟଙ୍କାରେ ଅପବ୍ୟବହାର ଭାରତ ଉପରେ କରୁଛି । ତେଣୁ ଏହା ସମ୍ପୂର୍ଣ୍ଣ ଭୁଲ କଥା । ଆପଣ ସରକାରଙ୍କ ସମର୍ଥନ କରିବା ଉଚିତ୍ । ଏହି ନିଷ୍ପତ୍ତିର ପ୍ରଶଂସା କରାଯିବା କଥା । ମୁଁ ମୋର ସବୁ ଫୌଜି ଭାଇମାନଙ୍କୁ ଧନ୍ୟବାଦ ଜଣାଇଛି । ଯେଉଁମାନେ ଲଦ୍ଦାକ ସୀମାରେ ଠିଆ ହୋଇଛନ୍ତି । ଜୟ ହିନ୍ଦୀ ଭାରତ ।’
TAGGED:
ଭାରତ-ଚୀନ ସୀମା ବିବାଦ