ଓଡିଶା

odisha

ETV Bharat / sitara

ଏକତାଙ୍କ ‘ନାଗୀନ’ ସାଜିବେ ହିନା - ଅଭିନେତ୍ରୀ ହିନା ଖାନଙ୍କ ଅପଡେଟ ନ୍ୟୁଜ

ଖୁବଶୀଘ୍ର ଟିଭି ପରଦାରେ ଦର୍ଶକ ଦେଖିବେ ହିନାଙ୍କ ଭୟାନକ ରୂପ । ସେ ‘ନାଗୀନ 5’କୁ ନେଇ ଏବେ ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ

By

Published : Jun 26, 2020, 3:48 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ ହିନା ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଯାହାକୁ ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ । ଆଜ୍ଞା ହଁ, ଶୁଣିବାକୁ ମିଳୁଛି ହିନାଙ୍କୁ ଏକ ଫେମସ ଧାରବାହାକିରେ ଦେଖିବାକୁ ମିଳିବ । ସେ ଖୁବଶୀଘ୍ର ଲୋକପ୍ରିୟ ନିର୍ମାତା ଏକତା କପୁରଙ୍କ ପପୁଲାର ଟିଭି ଶୋ ‘ନାଗୀନ’ର ଆଗାମୀ ସିଜନ ‘ନାଗୀନ 5’ରେ ନଜର ଆସିବେ ।

ହିନା ‘ନାଗୀନ 5’ ସିଜନରେ ଅଭିନୟ କରିବାକୁ ରାଜି ହୋଇଯାଇଛନ୍ତି । ସେହିପରି ଦର୍ଶକ ଟିଭିରେ ହିନାଙ୍କୁ ନାଗୀନ ଅବତାରରେ ଦେଖିବାକୁ ଉତ୍ସାହିତ ଏବେଠୁ ହୋଇଗଲେଣି ।

ପ୍ରକାଶ ଥାଉକି ଆଉ କିଛି ଏପିସୋଡ ପରେ ‘ନାଗୀନ 4’ ଶେଷ କରିବାକୁ ଯାଉଛନ୍ତି ଏକତା । ଯାହାପରେ ସେ ନାଗୀନ 5ର ସୁଟିଂ ଆରମ୍ଭ କରିବେ । ନିକଟରେ ଏହାର ଘୋଷଣା ଏକତା ସୋସିଆଲ ମିଡିଆରେ କରିଥିଲେ ।

ABOUT THE AUTHOR

...view details