ଓଡିଶା

odisha

By

Published : Aug 6, 2020, 3:48 PM IST

ETV Bharat / sitara

ଆସୀମଙ୍କୁ ଆଟାକ କଲେ ବାଇକ ଆରୋହୀ !

ସୋସିଆଲ ମିଡିଆରେ ଭାଇରାଲ ହେଲା ଆସୀମଙ୍କ ନୂଆ ଭିଡିଓ । ହେଲେ ଏଥର ସେ କୌଣସି ଗୀତ ଭିଡିଓ ସେୟାର କରିନାହାଁନ୍ତି । ରାସ୍ତାରେ ଆହତ ହେବା ଭିଡିଓ ପୋଷ୍ଟ କରି ସେ ଚର୍ଚ୍ଚାରେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ‘ବିଗ ବସ ସିଜନ 13’ ଫେମ ଓ ରନରଅପ ସାଜିଥିବା ଫେମସ ଆକ୍ଟର ଆସୀମ ରିୟାଜଙ୍କୁ ନେଇ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି । କାରଣ ତାଙ୍କ ଉପରେ ଆଟାକ ହୋଇଛି । ଯାହାଦ୍ବାରା ସେ ଆହତ ହୋଇଛନ୍ତି । ଏହି ଘଟଣାର ସୂଚନା ଆସୀମ ନିଜେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି । ସେପଟେ ଫ୍ୟାନ୍ସ ତାଙ୍କ ସୁସ୍ଥ କାମନା କରିବା ଆରମ୍ଭ କରିଦେଇଛନ୍ତି ।

ଗୁରୁବାର ଟ୍ବିଟରରେ #getwellsoonasim ଟ୍ରେଣ୍ଡ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ସେହିପରି ଆସୀମଙ୍କ ଏହି ଭିଡିଓକୁ ଫ୍ୟାନକ୍ଲବ ପେଜରେ ମଧ୍ୟ ସେୟାର କରାଯାଇଛି ।

ଭିଡିଓରେ ସେ ଏହା କହୁଥିବାର ନଜର ଆସୁଛନ୍ତି, ‘ମୁଁ ବିଳମ୍ବିତ ରାତିରେ ସାଇକେଲିଂ କରୁଥିଲି । ଆଉ ହଠାତ୍ କିଛି ବାଇକ ଆରୋହୀ ମତେ ଜାଣିଶୁଣି ଧକ୍କା ମାରିଥିଲେ।’ ପ୍ରକାଶ ଥାଉକି ତାଙ୍କ ଆଣ୍ଠୁ, ହାତ ଓ ଜଙ୍ଘରେ ଆଘାତ ଲାଗିଛି।

ABOUT THE AUTHOR

...view details