ଓଡିଶା

odisha

By

Published : Jun 2, 2020, 7:38 PM IST

ETV Bharat / sitara

23 ବର୍ଷ ପରେ ପରଦାକୁ ଫେରିବ ‘ଓମ ନମଃ ଶିବାୟ’

ପୁଣି ଦର୍ଶକ ଛୋଟ ପରଦାରେ ଦେଖିବେ ଭଗବାନ ଶିବଙ୍କ ଜୀବନ କାହାଣୀ । କଲର୍ସରେ ପନଃ ପ୍ରସାରଣ ହେବ ପପୁଲାର ଧାରାବାହିକ ‘ଓମଃ ନମ ଶିବାୟ’।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଲକଡାଉନରେ ଲାଗୁଛି ଯେ ଛୋଟ ପରଦାରେ ସବୁ ଲୋକପ୍ରିୟ ପୌରାଣିକ ଧାରାବାହିକ ଗୁଡିକର ଚାହିଦା ବଢି ବଢି ଚାଲିଛି । ‘ରାମାୟଣ’, ‘ମହାଭାରତ’, ‘ଶ୍ରୀକୃଷ୍ଣ’, ‘ବିଷ୍ଣୁ ପୁରାଣ’, ‘ଦେବୋଁ କେ ଦେବ ମହାଦେବ’ ଏବଂ ‘ଶ୍ରୀ ଗଣେଶ’ର ପୁନଃ ପ୍ରସାରଣ ପରେ । ଆଉ ଏକ ଧାରାବାହିକ ଦେଖିବାକୁ ଯାଉଛନ୍ତି ଦର୍ଶକ । ପାଖାପାଖି 23 ବର୍ଷ ପରେ ଚ୍ୟାନେଲ କଲର୍ସକୁ ଫେରିବ ଲୋକପ୍ରିୟ ଧାରାବାହିକ ‘ଓମ ନମଃ ଶିବାୟ’।

କଲର୍ସ ପକ୍ଷରୁ ଇନଷ୍ଟାଗ୍ରାମ ହ୍ୟାଣ୍ଡଲରେ ‘ଓମ ନମଃ ଶିବାୟ’ର ଟିଜର ଭିଡିଓ ରିଲିଜ କରାଯାଇଛି । ଏହି ଧାରାବାହିକ ଏକ ମହାକାବ୍ୟ ଗାଥା । ଯାହା ଭଗବାନ ଶିବଙ୍କ ଅନନ୍ତ ଜୀବନକୁ ନେଇ ଆଧାରିତ । ଧୀରଜ କୁମାରଙ୍କ ଦ୍ବାରା 1997ରେ ନିର୍ମିତ ଏହି ଧାରାବାହିକ ଆଧ୍ୟାତ୍ମିକ ଶକ୍ତିକୁ ପର୍ଯ୍ୟବେଶିତ କରି କରାଯାଇଥିଲା । ଯେଉଁଥିରେ ଭଗବାନ ଶିବ ବ୍ରହ୍ମାଣ୍ଡର ଭାଗ୍ୟକୁ ନିୟନ୍ତ୍ରଣ କରୁଥିବା ପୁଣି ଦେଖିବେ ଦର୍ଶକ ।

ପ୍ରକାଶ ଥାଉକି ଧାରାବାହିକରେ ସମର ଜୟ ସିଂ ଶିବଙ୍କ ଭୂମିକାରେ ଅଭିନୟ କରିଥିବା ବେଳେ ୟଶୋଧାନ ରାଣା କାମା ଓ ଗାୟତ୍ରୀ ଶାସ୍ତ୍ରୀ ପାର୍ବତୀ ଭୂମିକାରେ ଶାନଦାର ଅଭିନୟ କରିଥିଲେ ।

ABOUT THE AUTHOR

...view details