ଓଡିଶା

odisha

ETV Bharat / sitara

OTT ମୁହାଁ ସିନେ ପ୍ରଯୋଜକ, ହଜିଯିବ କି ପ୍ରେକ୍ଷାଳୟର ରୂପେଲି ପରଦା - odisha movie theater

ହଜିଯିବାକୁ ବସିିଲାଣି ରୂପେଲି ପରଦା । ବନ୍ଦ ହୋଇଯିବ କି ପ୍ରେକ୍ଷାଳୟ । ସିନେମାର ସ୍ଥିତି ଦେଖି ଏପଟେ OTT ଓ ଟେଲିଭିଜନ ପ୍ଲାଟଫର୍ମରେ ସିନେମା କରିବାକୁ ପସନ୍ଦ କରୁଛନ୍ତି ପ୍ରଯୋଜକ। ଅଧିକ ପଢନ୍ତୁ

OTT ମୁହାଁ ହେଲେଣି ସିନେ ପ୍ରଯୋଜକ, ହଜିଯିବ କି ପ୍ରେକ୍ଷାଳୟର ରୂପେଲି ପରଦା
OTT ମୁହାଁ ହେଲେଣି ସିନେ ପ୍ରଯୋଜକ, ହଜିଯିବ କି ପ୍ରେକ୍ଷାଳୟର ରୂପେଲି ପରଦା

By

Published : Mar 5, 2022, 2:41 PM IST

ଭୁବନେଶ୍ବର: ହଜିଯିବାକୁ ବସିିଲାଣି ରୂପେଲି ପରଦା । ବନ୍ଦ ହୋଇଯିବ କି ପ୍ରେକ୍ଷାଳୟ । ସିନେମାର ସ୍ଥିତି ଦେଖି ଏପଟେ OTT ଓ ଟେଲିଭିଜନ ପ୍ଲାଟଫର୍ମରେ ସିନେମା କରିବାକୁ ପସନ୍ଦ କରୁଛନ୍ତି ପ୍ରଯୋଜକ । ମହାବାତ୍ୟା ପର ଠାରୁ ଧୀରେ ଧୀରେ ପ୍ରେକ୍ଷାଳୟ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହାସହ କୋରୋନା କଟକଣା ବେଶ୍‌ ପ୍ରଭାବ ପକାଇଛି ସିନେମା ନିର୍ମାଣକାରୀ ସଂସ୍ଥା ଉପରେ । କମ ସଂଖ୍ୟକ ଦର୍ଶକ ସିନେମା ହଲରେ ହେଉଥିବାରୁ କ୍ଷତି ସହୁଛନ୍ତି ପ୍ରଯୋଜକମାନେ । ଏନେଇ ଡ଼ିଜିଟାଲ ଯୁଗରେ କମ ବଜେଟରେ ସିନେମା କରି OTT ପ୍ଲାଟଫର୍ମରେ ଛାଡିବାକୁ ପସନ୍ଦ କରୁଛନ୍ତି ସିନେ ପ୍ରଯୋଜକମାନେ ।

ହଜିଯିବ କି ପ୍ରେକ୍ଷାଳୟର ରୂପେଲି ପରଦା

ଅନ୍ୟପଟେ କପି ପେଷ୍ଟ ସିନେମା ଯୋଗୁଁ ସିନେମା ପ୍ରତି ମନ ଧୀରେ ଧୀରେ କମୁଛି ବୋଲି କହିଛନ୍ତି ସିନେ ସମୀକ୍ଷକ ଏବଂ ନିର୍ମାତା । ଏଥିଯୋଗୁଁ ସିନେମା କମୁଛି ଓ ପ୍ରେକ୍ଷାଳୟ ଗୁଡିକ ମଧ୍ୟ ବନ୍ଦ ହେବାକୁ ଯାଉଛି । 2021ରେ ଯଦି ଦେଖିବା ପ୍ରାୟ 13ଟି ସିନେମା ବଡ ପରଦାରେ ରିଲିଜ ହୋଇଥିବା ବେଳେ 25 ଟି ସିନେମା OTT ଓ ଟେଲିଭିଜନ୍ ପ୍ଲାଟଫର୍ମରେ ରିଲିଜ ହୋଇଛି । ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ରୂପେଲି ପରଦା ବନ୍ଦ ହୋଇଯିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସିନେ ସମୀକ୍ଷକ ଦିଲ୍ଲୀପ ହାଲି ଏବଂ ସଂଳାପ ଲେଖକ ରଜନୀ ରଞ୍ଜନ ।

ଅନ୍ୟପଟେ OTT ପ୍ଲାଟଫର୍ମକୁ ସ୍ୱାଗତ କରିଛନ୍ତି ସିନେ ପ୍ରେମୀ ଓ ସିନେ ତାରକା । ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜ ମୋବାଇଲରେ ସିନେମା ଦେଖିବା ସହ OTTରେ କମ ବଜେଟର ଫିଲ୍ମ ହୋଇପାରୁଛି ଯାହା ଦ୍ୱାରା କ୍ଷତି ହେବାର ସମ୍ଭାବନା ନାହିଁ । ତେଣୁ ପ୍ରଯୋଜକମାନେ OTTକୁ ପସନ୍ଦ କରୁଛନ୍ତି । ନୂଆ କଳାକାରମାନଙ୍କୁ ବିଶେଷ ସୁଯୋଗ ମିଳିପାରୁଛି OTT ମାଧ୍ୟମରେ । ତେଣୁ OTTର ଚାହିଦା ବଢିବାରେ ଲାଗିଛି ବୋଲି କହିଛନ୍ତି ଅଭିନେତା ପୃଥୀରାଜ ।

ଗୋଟେପଟେ ସିନେ ପ୍ରଯୋଜକ ମାନେ OTT ଓ ଟେଲିଭିଜନ୍ ପ୍ଲାଟଫର୍ମକୁ ମୁହାଁଉ ଥିବାବେଳେ ଅନ୍ୟପଟେ ଡିଜିଟାଲ ଯୁଗରେ ହଲ ଏବଂ ସିନେଦର୍ଶକଙ୍କ ସଂଖ୍ୟା କମିବା ଯୋଗୁଁ ଆଗାମୀ ଦିନରେ ସିଲଭର ସ୍କ୍ରିନ ହଜିଯିବାର ସମ୍ଭାବନା ଅଧିକ। ତେଣୁ ସିନେମାହଲର ରୂପେଲି ପରଦା ଦିନେ ହଜିଯାଇପାରେ ବୋଲି କହିବାରେ କିଛି ଭୁଲ ହେବ ନାହିଁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details