ଓଡିଶା

odisha

ETV Bharat / sitara

ନିୟା ଓ ରେହାନାଙ୍କ ଲିପଲକ, ଭାଇରାଲ ହେଲା ଭିଡିଓ - video

ସେକ୍ସୀ ଅଭିନେତ୍ରୀ ନିୟା ପୁଣିଥରେ ନିଜ କୋ-ଷ୍ଟାର ରେହାନା ପଣ୍ଡିତଙ୍କ ସହ ଲିପଲକ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ହୋଲି ପାର୍ଟିରେ ମିଡିଆକୁ ସାକ୍ଷାତକାର ଦେଇଥିବା ସମୟରେ ରେହାନାଙ୍କୁ କିସ୍ କରିଥିଲେ ନିୟା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ନିୟା ଶର୍ମା

By

Published : Mar 23, 2019, 11:55 PM IST

ମୁମ୍ବାଇ: ଟିଭି ପପୁଲାର ଅଭିନେତ୍ରୀ ନିୟା ଶର୍ମା ନିଜ ବୋଲ୍ଡନେସ ଏବଂ ବିବାଦୀୟ ବୟାନ ପାଇଁ ଜଣାଶୁଣା । ସେ ଏସିଆର ସବୁଠାରୁ ସେକ୍ସୀ ମହିଳାଙ୍କ ମଧ୍ୟରେ ନିଜ ସ୍ଥାନ ହାସଲ କରିସାରିଛନ୍ତି । ଟିଭି ସିରିୟଲ ପରେ ସେ ବୋଲ୍ଡ ସିନରେ ଭରପୁର ୱେବ ସିରିଜ ଜରିଆରେ ଦର୍ଶକଙ୍କୁ ଦିୱାନ କରିଛନ୍ତି ।

ଇତିମଧ୍ୟରେ ତାଙ୍କର ହୋଲି ପାର୍ଟିର ଏକ ଭିଡିଓ ସୋସିଆଲ ମିଡଆରେ ଖୁବ୍ ଭାଇରାଲ ହେବାକୁ ଲାଗିଛି । ଏହାସହ କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ନିୟା ଆଉ ଜଣେ ଅଭିନେତ୍ରୀଙ୍କ ସହ ଲିପଲକ କରୁଥିବାର ଦେଖାଯାଇଛନ୍ତି ।

ଏହି ଭିଡିଓ ଏବଂ ଫଟୋ ନିୟାଙ୍କ ଫ୍ୟାନ କ୍ଲବରୁ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ସେୟାର ହେବା ମାତ୍ରେ ଭିଡିଓ ଖୁବ୍ ଭାଇରାଲ ହୋଇଛି । ନିୟାଙ୍କ ଏହି ସେକ୍ସୀ ଅନ୍ଦାଜ ଫ୍ୟାନ୍ସଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି ।

ହୋଲି ଅବସରରେ ଟିଭି ଇଣ୍ଡଷ୍ଟ୍ରିର କଳାକାର ଖୁବ୍ ଧୁମଧାମରେ ହୋଲି ସେଲିବ୍ରେଶନ କରିଥିଲେ । ହୋଲି ପାର୍ଟି ସମୟରେ ସିରିୟଲ 'ଜମାଇ ରାଜା'ରେ ତାଙ୍କ କୋ-ଷ୍ଟାର ରହିସାରିଥିବା ଅଭିନେତ୍ରୀ ରେହାନା ପଣ୍ଡିତଙ୍କ ସହ ମିଡିଆକୁ ଏକ ସାକ୍ଷାତକାର ଦେଇଥିଲେ । ଠିକ୍ ଏହି ସମୟରେ ଏହି ଦୁଇ ଅଭିନେତ୍ରୀ ମିଡିଆ ସାମ୍ନାରେ ଲିପଲକ କରିଥିଲେ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲା ମିଡିଆ ।

ଏହା ପ୍ରଥମଥର ନୁହେଁ ଯେବେ ଦୁଇଜଣ ପରସ୍ପରକୁ କିସ୍ କରିଛନ୍ତି । ଏହାପୂର୍ବରୁ ମଧ୍ୟ ନିୟା ଓ ରେହାନା 'ଜମାଇ ରାଜା' ସେଟରେ ମଧ୍ୟ ପରସ୍ପରକୁ କିସ୍ କରିଥିଲେ । ଯାହାକୁ ନେଇ ଅନେକ ଦିନ ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଥିଲେ ଏହି ଦୁଇ ଅଭିନେତ୍ରୀ ।

ABOUT THE AUTHOR

...view details