ନୂଆଦିଲ୍ଲୀ: ଗାୟକ ନେହା କକ୍କର ଏବଂ ରୋହନପ୍ରୀତଙ୍କ ବିବାହ ବହୁ ଚର୍ଚ୍ଚାରେ ଥିଲା । ଉଭୟଙ୍କ ଲଭଷ୍ଟୋରୀ ଠାରୁ ଆରମ୍ଭ କରି ସେମାନଙ୍କ ବିବାହ ସମାରୋହ ପର୍ଯ୍ୟନ୍ତ ସମସ୍ତ ଫଟୋ ଏପର୍ଯ୍ୟାନ୍ତ ସୋସିଆଲ ମିଡିଆରେ ଘୂରିବୁଲୁଛି ।
ବିବାହ ପରେ ଏବେ ନେହା ଏବଂ ରୋହନପ୍ରୀତ ହନିମୁନ୍ ପାଇଁ ଦୁବାଇ ଯାଇଛନ୍ତି । ସେମାନେ ରହୁଥିବା ଦୁବାଇ ହୋଟେଲରୁ ଏକ ଭିଡିଓ ସାମ୍ମନାକୁ ଆସିଛି ।
ଯେଉଁଥିରେ ହୋଟେଲ ତରଫରୁ ନେହା-ରୋହନପ୍ରୀତଙ୍କ ପାଇଁ ସେମାନଙ୍କ କୋଠରୀକୁ ଏକ ଖାସ ଅନ୍ଦାଜରେ ସଜାଯାଇଛି । ଫୁଲ ଏବଂ ପତ୍ରରେ ସଜାଯାଇଥିବା ସେହି କୋଠରୀଟି ବହୁତ ସୁନ୍ଦର ଦେଖାଯାଉଛି ।