ନୂଆଦିଲ୍ଲୀ: ଟେଲିଭିଜନ ଅଭିନେତା ନକୁଲ ମେହେତାଙ୍କ ଘରକୁ ଆସିଲା ନୂଆ ଅତିଥି । ନକୁଲଙ୍କ ପତ୍ନୀ ଜାନକୀ ପାରେଖ ବୁଧବାର ଦିନ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ।
ନକୁଲ ପ୍ରଶଂସକଙ୍କ ସହ ପୁଅର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର ଏହି ଖୁସି ଖବର ସେୟାର କରିଛନ୍ତି । ଫଟୋରେ ଏହା ଦେଖିବାକୁ ମିଳେ ଯେ ଛୋଟ ଅତିଥି ନକୁଲଙ୍କ ଆଙ୍ଗୁଠିକୁ ଧରିଛନ୍ତି । ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି ।
ଫଟୋର କ୍ୟାପସନରେ ନକୁଲ ଲେଖିଛନ୍ତି, ଫେବୃଆରୀ 3, 2021 ।