ଓଡିଶା

odisha

ETV Bharat / sitara

'ବିଗବସ୍ ଫେମ ନୈନାଙ୍କ ବର୍ଥଡେ ପାର୍ଟିରେ ନଜର ଆସିଲେ ଜଣାଶୁଣା ସେଲିବ୍ରିଟି - 'ବିଗବସ୍ ଫେମ ନୈନାଙ୍କ ବର୍ଥଡେ

ନିକଟରେ 'ବିଗ୍ ବସ୍ 14' ଫେମ ନୈନା ସିଂ ତାଙ୍କ ଜନ୍ମଦିନ ଅବସରରେ ଏକ ପାର୍ଟିର ଆୟୋଜନ କରିଛନ୍ତି । ଯେଉଁଥିରେ ଜାନ କୁମାର ଶାନୁ, ଏଜାଜ ଖାନ, ପବିତ୍ରା ପୁନିଆ, ଶାର୍ଦ୍ଦୁଲ ଏବଂ ନିକ୍କି ଉପସ୍ଥିତ ଥିଲେ। ଅଧିକ ପଢନ୍ତୁ...

naina-singh-bday-party in-pics
'ବିଗବସ୍ ଫେମ ନୈନାଙ୍କ ବର୍ଥଡେରେ ସାମିଲ ଜଣାଶୁଣା ସେଲିବ୍ରିଟି

By

Published : Mar 6, 2021, 6:53 AM IST

ନୂଆଦିଲ୍ଲୀ:କଲର୍ସ ଟିଭିର ରିଆଲିଟି ଶୋ 'ବିଗ୍ ବସ୍ 14' ଶେଷ ହୋଇଛି, କିନ୍ତୁ ପ୍ରତିଯୋଗୀମାନଙ୍କ ପାର୍ଟି ଏବେ ମଧ୍ୟ ଚାଲିଛି । କିଛି ଦିନ ପୂର୍ବରୁ, ରାକ୍ଷୀ ସାୱନ୍ତ ଏକ ଗେଟ୍ ଟୁ ଗେଦର୍ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ବିଗ୍ ବସ୍ 14 ର କିଛି ପ୍ରତିଯୋଗୀ ନଜର ଆସିଥିଲେ । ଏହା ପରେ ରାହୁଲ ମହାଜନ ତାଙ୍କ ଘରେ ଏକ ପାର୍ଟି ରଖିଥିଲେ । ଯେଉଁଥିରେ ରୁବିନା-ଅଭିନବଙ୍କ ସମେତ ଅନେକ ପ୍ରତିଯୋଗୀ ଉପସ୍ଥିତ ହୋଇଥିଲେ।

ବର୍ତ୍ତମାନ ନିକଟରେ 'ବିଗ୍ ବସ୍ 14' ଫେମ ନୈନା ସିଂ ତାଙ୍କ ଜନ୍ମଦିନ ଅବସରରେ ଏକ ପାର୍ଟିର ଆୟୋଜନ କରିଛନ୍ତି । ଯେଉଁଥିରେ ଜାନ କୁମାର ଶାନୁ, ଏଜାଜ ଖାନ, ପବିତ୍ରା ପୁନିଆ, ଶାର୍ଦ୍ଦୁଲ ଏବଂ ନିକ୍କି ଉପସ୍ଥିତ ଥିଲେ।

ଏହି ଅବସରରେ ଅଭିନବ ମଧ୍ୟ ପହଞ୍ଚିଥିଲେ, କିନ୍ତୁ ନୈନାଙ୍କ ଭଲ ବନ୍ଧୁ ରୁବିନା ତାଙ୍କ ସହ ନଥିଲେ।

ଖବର ଅନୁଯାୟୀ, ରୁବିନା ଏକ ସୁଟିଂରେ ବ୍ୟସ୍ତ ଥିଲେ ଯେଉଁ କାରଣରୁ ସେ ନୈନାଙ୍କ ପାର୍ଟିରେ ଯୋଗ ଦେଇ ପାରିନଥିଲେ।

ନୈନାଙ୍କ ପାର୍ଟିର କିଛି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସମସ୍ତ ବିଗ୍ ବସ୍ 14 ପ୍ରତିଯୋଗୀ ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ।

ପ୍ରକାଶ ଥାଉ କି, ନୈନା ଶୋ 'ସ୍ପ୍ଲିଟ୍ସଭିଲା ସିଜନ୍ 10'ର ଏକ ଅଂଶ । ନିକଟରେ ନୈନାଙ୍କୁ 'ବିଗ୍ ବସ୍14'ରେ ଦେଖିବାକୁ ମିଳିଥିଲା।

ABOUT THE AUTHOR

...view details