ETV Bharat Odisha

ଓଡିଶା

odisha

ETV Bharat / sitara

ପିଲାଙ୍କ ଦୃଷ୍ଟିଶକ୍ତି କମିବା ପଛରେ ଦାୟୀ ପୌରାଣିକ ଧାରାବାହିକ ! - ମହାଭାରତ ଓ ରାମାୟଣ

ଗତ କିଛି ଦିନ ମଧ୍ୟରେ ପ୍ରାୟ 12 ଜଣ ପିଲା ନିଜ ଦୃଷ୍ଟିଶକ୍ତି ହରାଇଛନ୍ତି । ରାମାୟଣ ଓ ମହାଭାରତରେ ଧନୁ ତୀର ଚଲାଇବା ଦେଖି ଘରେ ଏହାର ଅଭ୍ୟାସ କରୁଛନ୍ତି । ଅଧିକ ପଢନ୍ତୁ...

ପିଲାଙ୍କ ଦୃଷ୍ଟିଶକ୍ତି କମିବା ପଛରେ ଦାୟୀ ପୌରାଣିକ ଧାରାବାହିକ !
ପିଲାଙ୍କ ଦୃଷ୍ଟିଶକ୍ତି କମିବା ପଛରେ ଦାୟୀ ପୌରାଣିକ ଧାରାବାହିକ !
author img

By

Published : May 7, 2020, 7:49 PM IST

ମୁମ୍ବାଇ: ଲକଡାଉନରେ ଯେଉଁ 2ଟି ଜାଗା ଆକ୍ଟିଭ ରହିଛି ତାହା ହେଉଛି ସୋସିଆଲ ମିଡିଆ ଓ ଟିଭି ଚ୍ୟାନେଲ । ଏହି ସମୟରେ ସମସ୍ତ ଚ୍ୟାନେଲ ନିଜର ସବୁ ଲୋକପ୍ରିୟ ସିରିଏଲର ରିପିଟ ଟେଲିକାଷ୍ଟ କରୁଛନ୍ତି । ଏହା ମଧ୍ୟରେ ରହିଛି ମହାଭାରତ ଓ ରାମାୟଣ । ପୁରୁଣା ଯୁଗର ଏହି ଲୋକପ୍ରିୟ ଶୋ ଏବେ ଟିଆରପି ଲିଷ୍ଟରେ ସବୁଠାରୁ ଆଗରେ ରହିଛି । ଏପରିକି ଲୋକଙ୍କ ଡିମାଣ୍ଡ ଯୋଗୁଁ ଦୂରଦର୍ଶନ ପରେ ଏବେ ଷ୍ଟାର ପ୍ଲସରେ ରାମାୟଣ ପୁଣିଥରେ ଆରମ୍ଭ ହୋଇଛି ।

ତେବେ ଏହି ପୌରାଣିକ ଶୋ ସବୁ ଯୋଗୁଁ କିଛି ପିଲାଙ୍କ ଦୃଷ୍ଟିଶକ୍ତି ଖରାପ ହୋଇଥିବାର ଜଣାପଡିଛି । କୋରୋନା ଭୂତାଣୁ ଯୋଗୁଁ ନୁହେଁ ବରଂ ଏହି ପୌରାଣିକ ଶୋ ପାଇଁ ଏହି ପିଲାମାନେ ନିଜ ଦୃଷ୍ଟିଶକ୍ତି ହରାଇଛନ୍ତି ବୋଲି ଡାକ୍ତରମାନେ ମତ ଦେଇଛନ୍ତି । ଖବର ଅନୁସାରେ ପୌରାଣିକ ଶୋ ଦେଖି ପିଲାଏ ଘରେ ଧନୁ ତୀର ଚଲାଇବା ପ୍ରାକ୍ଟିସ କରୁଛନ୍ତି । ଫଳରେ ସେମାନଙ୍କର ଆଖି ଉପରେ ପ୍ରଭାବ ପଡୁଛି । ଏନେଇ ହାଇଦ୍ରାବାଦରେ ଏକ ଘଟମା ମଧ୍ୟ ଘଟିଛି ।

ଗତ କିଛି ଦିନ ମଧ୍ୟରେ ପ୍ରାୟ 12 ଜଣ ପିଲା ନିଜ ଦୃଷ୍ଟିଶକ୍ତି ହରାଇଛନ୍ତି । ରାମାୟଣ ଓ ମହାଭାରତରେ ଧନୁ ତୀର ଚଲାଇବା ଦେଖି ଘରେ ଏହାର ଅଭ୍ୟାସ କରୁଛନ୍ତି । ଏହି ଟେକନିକ ସେମାନଙ୍କ ଆଖି ଉପରେ ପ୍ରଭାବ ପକାଇଛି । ଯେତେବେଳେ 2 ଦଶନ୍ଧି ତଳେ ଏହି ଶୋ ଆରମ୍ଭ ହୋଇଥିଲା ସେତେବେଳେ ଅନେକ ଧନୁ ତୀରଜନିତ ଦୁର୍ଘଟଣା ଘଟିଥିଲା । ଏହାର ପ୍ରାୟ 15 ବର୍ଷ ଯାଏଁ ସେପରି କୌଣସି ଅଘଟଣ ଘଟିନଥିଲା । ହେଲେ ଏବେ ପୁଣି ସେହିଭଳି ଘଟଣା ଆରମ୍ଭ ହୋଇଛି । ନିଜେ ଏହି ଧନୁ ତୀର ତିଆରି କରି କାହାକୁ ଚଲାଇବାର ପ୍ରାକ୍ଟିସ ଏହି ସମସ୍ୟା ସୃଷ୍ଟି କରିଛି ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

ABOUT THE AUTHOR

author-img

...view details