ଓଡିଶା

odisha

ETV Bharat / sitara

ଅସଦାଚରଣ ଅଭିଯୋଗରେ ମରାଠୀ ଅଭିନେତା ଗିରଫ

ମରାଠୀ ଫିଲ୍ମରେ ବ୍ରେକ ଦେବା ଆଳରେ ନାବାଳିକାଙ୍କୁ ଅସଦାଚରଣ । ଗିରଫ ହୋଇଛନ୍ତି ଅଭିନେତା ମନ୍ଦାର କୁଲକର୍ଣ୍ଣୀ । ବିକିନରେ ଫଟୋସୁଟ ବେଳେ କରିଥିଲେ ଅଶାଳୀନ ବ୍ୟବହାର ।

By

Published : Aug 29, 2019, 12:54 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ: ମରାଠୀ ଟେଲିଭିଜନ କଳାକର ମନ୍ଦାର କୁଲକର୍ଣ୍ଣୀ ନାବାଳିକଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଛନ୍ତି । 17 ବର୍ଷିୟ ନାବାଳିକା ଡେକାନ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି । ଅଭିଯୋଗ ମୁତାବକ ମନ୍ଦାର ନାବାଳିକାଙ୍କୁ ଟେଲିଭିଜନରେ ବ୍ରେକ ଦେବାର ପ୍ରତିଶୃତି ଦେଇଥିଲେ ।

କିଛି ଦିନ ତଳେ ମନ୍ଦାର ଅଡିଶନ ଅଫର ଦେଇଥିଲେ ଓ ପିଡିତା ଜଣକ ରାଜି ହୋଇଥିଲେ । ଏହାପରେ ମନ୍ଦାର ପିଡିତାଙ୍କୁ ଫଟୋସୁଟ ପାଇଁ ନିଜ ଘରକୁ ଏକୁଟିଆ ଆସିବା ପାଇଁ କହିଥିଲେ । ଫଟୋସୁଟ ସମୟରେ ବିଭିନ୍ନ ପୋଜ ଓ ବିଭିନ୍ନ ଡ୍ରେସରେ ଫଟୋ ଉଠାଇବାକୁ କହିଥିଲେ । ଏହାପରେ ଅଭିନେତା ଜଣକ ବିକିନରେ ମଧ୍ୟ ଫଟୋସୁଟ କରାଇଥିଲେ ।

ଫଟୋସୁଟ ସମୟରେ ଅଭିନେତା ଅଶାଳୀନ ଭାବରେ ସ୍ପଷ୍ଟ କରୁଥିବା ଅଭିଯୋଗ ଆଣିଛନ୍ତି ପିଡିତା । ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ମନ୍ଦାର ବିଭିନ୍ନ ଝିଅଙ୍କ ବିକିନିରେ ଫଟୋସୁଟ କରିଛନ୍ତି। ଅଭିଯୋଗ ପରେ ମନ୍ଦାର ନିଜ ମାନସିକ ଅବସ୍ଥା ଠିକ୍ ନଥିବା କହିଛନ୍ତି । 35 ବର୍ଷିୟ କଳାକାର ‘ଆମି ଦୋଗେ ରାଜା ରାନୀ’ ଓ ‘ରାଧା ପ୍ରେମ ରଙ୍ଗୀ ରଙ୍ଗଲୀ’ରେ ଅଭିନୟ କରିଛନ୍ତି ।

ABOUT THE AUTHOR

...view details