ଓଡିଶା

odisha

ETV Bharat / sitara

ସ୍ମୃତି ଇରାନୀଙ୍କୁ ଭେଟିଲେ ମନୀଷ, କାଢା ପାଇଁ ଜଣାଇଲେ ଧନ୍ୟବାଦ - maniesh-paul-met-with-smriti-irani

ନିକଟରେ ଟେଲିଭିଜନର ଫେମସ ହୋଷ୍ଟ ମନୀଷ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଭେଟିବାକୁ ଆସିଥିଲେ । ଏହି ସମୟରେ ସ୍ମୃତି ତାଙ୍କୁ ଚା ’ବଦଳରେ କାଢା ପିଇବାକୁ ଦେଇଥିଲେ । ଅଧିକ ପଢନ୍ତୁ...

maniesh-paul-met-with-smriti-irani-says-kya-time-aa-gya-hai-chai-ki-jagah-sab-kaadha-peeney-lage
ସ୍ମୃତି ଇରାନୀଙ୍କୁ ଭେଟିଲେ ମନୀଷ, କାଢା ପାଇଁ ଜଣାଇଲେ ଧନ୍ୟବାଦ

By

Published : Jun 16, 2021, 10:11 PM IST

ମୁମ୍ବାଇ: ଟେଲିଭିଜନର ଫେମସ ହୋଷ୍ଟ ତଥା ଅଭିନେତା ମନୀଶ ପଲ ତାଙ୍କ ମଜାଳିଆ କମେଡି ପାଇଁ ବେଶ ଜଣାଶୁଣା । ନିକଟରେ, ମନୀଷ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଭେଟିବାକୁ ଆସିଥିଲେ । ଏହି ସମୟରେ ସ୍ମୃତି ତାଙ୍କୁ ଚା’ ବଦଳରେ କାଢା ପିଇବାକୁ ଦେଇଥିଲେ ।

ସ୍ମୃତି ଇରାନୀଙ୍କୁ ଭେଟିଲେ ମନୀଷ, କାଢା ପାଇଁ ଜଣାଇଲେ ଧନ୍ୟବାଦ

କୋରୋନା ମହାମାରୀ ସମୟରେ ଲୋକମାନେ କାଢା ପିଇ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଉଛନ୍ତି। ଏଭଳି ପରିସ୍ଥିତିରେ ସ୍ମୃତି ମନୀଷଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ତାଙ୍କୁ କାଢା ପିଇବାକୁ ଦେଇଥିଲେ। ଯାହାପରେ ମନୀଷ ସ୍ମୃତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମନୀଷ ଇନଷ୍ଟାଗ୍ରାମରେ ତିନୋଟି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ମନୀଷ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ନଜର ଆସିଛନ୍ତି। ମନୀଷଙ୍କ ଦ୍ବାରା ନିଆଯାଇଥିବା ସେଲଫିରେ ସ୍ମୃତି କାଜୁଆଲ୍ ଲୁକରେ ନଜର ଆସିଛନ୍ତି ।

ଗୋଟିଏ ଫଟୋରେ କେବଳ ସ୍ମୃତି ଏବଂ ମନୀଷ ନଜର ଆସିଥିବାବେଳେ ଏବଂ ଅନ୍ୟଫଟୋରେ ମନୀଷ କପ ଧରିଥିବାର ଦେଖିବାକୁ ମିଳିଛି ।

ଏଥିସହିତ ତୃତୀୟ ଫଟୋରେ, ମନୀଷ ହାତରେ ଏକ ମାସ୍କ ଧରିଥିବାର ନଜର ଆସିଛନ୍ତି ।

ଏହି ଫଟୋ ସହିତ କ୍ୟାପସନରେ ମନୀଷ ଲେଖିଛନ୍ତି, 'ଏକ କପ କାଢା ପାଇଁ ଧନ୍ୟବାଦ, ସ୍ମୃତି ମ୍ୟାମ । କେଉଁ ସମୟ ଆସିଗଲାଣି ...ଚା ବଦଳରେ ସମସ୍ତେ କାଢା ପିଇବା ଆରମ୍ଭ କରିଦେଇଛନ୍ତି !! କିନ୍ତୁ ଆମନ୍ତ୍ରଣ କରିଥିବାରୁ ଏବଂ ସ୍ନେହ ଦେଇଥିବାରୁ ଧନ୍ୟବାଦ ।

ମନୀଷ ପଲ୍ ଆହୁରି ମଧ୍ୟ ଲେଖିଥିଲେ ଯେ, ନୋଟ...କେବଳ ଫଟୋ ଉଠାଇବାକୁ ନେଇ ମୁହଁରୁ ମାସ୍କ କାଢିଛୁ .. ତୁମ ସମସ୍ତଙ୍କୁ ଭଲପାଇବା '।

ପ୍ରକାଶ ଥାଉ ଯେ, ମନୀଷଙ୍କ ପୋଷ୍ଟରୁ ଜଣାପଡିଛି ଯେ ସେ ବୁଧବାର ସକାଳେ ସ୍ମୃତି ଇରାନୀଙ୍କୁ ଭେଟିଛନ୍ତି ।

ABOUT THE AUTHOR

...view details