ମୁମ୍ବାଇ: ‘ବିଗ ବସ 13’ ଜରିଆରେ ଫେମସ ହୋଇଥିବା ଅଭିନେତ୍ରୀ ମାହିରା ଶର୍ମାଙ୍କୁ ନେଇ ନୂଆ ଚର୍ଚ୍ଚା । ସେ ବିଗ ବସ ପରଠୁ ପ୍ରତିଯୋଗୀ ତଥା ଅଭିନେତା ପାରସ ଛାବଡାଙ୍କ ସହ ରିଲେସନଶିପକୁ ନେଇ ମଧ୍ୟ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ହେଲେ ଏଥର ସେ ପାରସଙ୍କୁ ଛାଡି ଆଉ କାହା ସହ ରୋମାନ୍ସ କରୁଥିବାର ନଜର ଆସିବେ। ଆଜ୍ଞା ହଁ, ସେ ପପୁଲାର ସିଙ୍ଗର ନିକଙ୍କ ସହ ନୂଆ ମ୍ୟୁଜିକାଲ ଭିଡିଓରେ ଦେଖାଯିବେ। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା।
ପାରସଙ୍କୁ ଛାଡି ନିକଙ୍କ ସହ ରୋମାନ୍ସ କରିବେ ମାହିରା - ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ମାହିରାଙ୍କ ନୂଆ ଆଲବମ ‘ହୋଶ’
ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ମାହିରାଙ୍କ ନୂଆ ଆଲବମ ‘ହୋଶ’। ହେଲେ ଏଥର ପାରସ ନୁହେଁ ନିକଙ୍କ ସହ ହେବ ତାଙ୍କ ଯୋଡି।
Breaking News
ମାହିରାଙ୍କ ଆଗାମୀ ମ୍ୟୁଜିକ ଭିଡିଓ ଟାଇଟେଲ ହେଲା ‘ହୋଶ’। ଆସନ୍ତା 18 ତାରିଖରେ ରିଲିଜ ହେବ ଏହି ଭିଡିଓ। ଏହି ଅବସରରେ ମାହିରା କହିଛନ୍ତି ଯେ ଯଦି ସେ ପାରସଙ୍କ ବ୍ୟତୀତ ଆଉ କାହା ସହ ଆଲବମ କରୁଛନ୍ତି ତେବେ ଫ୍ୟାନ୍ସ ରାଗି ଯାଉଛନ୍ତି । ହେଲେ ନିକଙ୍କ ସହ ଦର୍ଶକ ତାଙ୍କୁ ପସନ୍ଦ କରିବେ ବୋଲି ସେ ଆଶା କରୁଛନ୍ତି । ଆଉ ଖୁବଶୀଘ୍ର ସେ ପାରସଙ୍କ ସହ ମଧ୍ୟ ନଜର ଆସିବେ।
ତାଙ୍କ ଏପରି ବୟାନରୁ ଫ୍ୟାନ୍ସଙ୍କୁ ଲାଗୁଛି ଯେ ‘ହୋଶ’ରେ ପାରସ, ମାହିରା ଓ ନିକଙ୍କ ଲଭ ଟ୍ରାଏଙ୍ଗଲ ଦେଖିବାକୁ ମିଳିବ । ଯାହାର ହିଣ୍ଟ ମାହିରା ଦେଇଛନ୍ତି।